ଭୟଙ୍କର ରୂପ ନେଉଛି କରୋନା ଭାଇରସ: ଚୀନରେ ୮୦ ମୃତ, ଆକ୍ରାନ୍ତ ସଂଖ୍ୟା ୨୩୦୦
Khabar Odisha:Nation-Corona-virus-third-case-confirmed-in-France-death-toll-rises-in-china-80-dead

ନୂଆଦିଲ୍ଲୀ, ଜାନୁଆରୀ ୨୭ (ଖବର ଓଡ଼ିଶା): କରୋନା ଭାଇରସ ଦିନକୁ ଦିନ ଅନିୟନ୍ତ୍ରୀ ହେଉଛି । ଏହି ମାରାତ୍ମକ ଭାଇରସ ଯୋଗୁଁ ଏଯାଏଁ ଚୀନରେ ୮୦ ଜଣ ଲୋକଙ୍କର ମୃତ୍ୟୁ ହୋଇସାରିଥିବା ବେଳେ ପ୍ରାୟ ୨୩୦୦ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି । ଜାତୀୟ ଗଣମାଧ୍ୟମ ସସ୍ଥା ଦ୍ୱାରା ଏହା ରିପୋର୍ଟ କରାଯାଇଛି । ଚୀନରୁ ସୃଷ୍ଟି ହୋଇଥିବା ଏହି ଭୟଙ୍କର ସଂକ୍ରମଣ ଏବେ ବିଶ୍ୱର ବିଭିନ୍ନ ସ୍ଥାନକୁ ବ୍ୟାପିସାରିଛି । ତେଣୁ ସମଗ୍ର ଦେଶରେ କରୋନା ଭାଇରାସ ନେଇ ଚିନ୍ତିତ ଅଛନ୍ତି । 

ଚୀନରେ ଭୟଙ୍କର ରୂପ ନେଇଥିବାରୁ ଭାରତ, ଥାଇଲାଣ୍ଡ, ନେପାଳ, ଆମେରିକା, ତାଇୱାନ, ଭିଏତନାମ, ସିଙ୍ଗାପୁରରେ ସତର୍କ ଜାରି କରାଯାଇଛି । ଚୀନରୁ ଯାଉଥିବା ଲୋକଙ୍କୁ କିଛି ଦେଶରେ ସ୍ୱାସ୍ଥ୍ୟ ଯାଞ୍ଚ କରାଯାଉଛି । ସେହଭଳି ଭାଇରସକୁ ମୁକାବିଲା କରିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ଚୀନରୁ ଅନ୍ୟ ଦେଶକୁ ସଂଯୋଗ କରୁଥିବା ବିମାନ ପ୍ରତି ମଧ୍ୟ ନଜର ରଖାଯାଇଛି ।କରୋନା ଭାଇରସର ସ୍ଥିତିକୁ ଦେଖ ଭାରତରେ ଶତାଧିକ ଲୋକଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରି ସେମାନଙ୍କ ମଧ୍ୟରୁ ୧୨ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏଥିରେ ସର୍ବାଧିକ ୭ ଜଣ ରୋଗୀ କେରଳ ନିବାସୀ । ୩ ଜଣ ମୁମ୍ବାଇ,  ଓ ବେଙ୍ଗାଲୁରୁ ଏବଂ ହାଇଦ୍ରାବାଦର ଜଣେ ଲେଖାଏଁ । ଏମାନେ ଚୀନର ହଙ୍ଗକଙ୍ଗରୁ ଫେରୁଥିଲେ । ଏହା ବ୍ୟତୀତ ୧୦୦ ଜଣଙ୍କୁ ସେମାନଙ୍କ ଘରେ ନଜରରେ ରଖାଯାଇଛି । 

 

  • Tags:

Subscribe

National International State Sports Entertainment