ଦେଶରେ କରୋନା ଭାଇରସ ମୃତକଙ୍କ ସଂଖ୍ୟା ୪ ହଜାର ୭୦୬କୁ ବୃଦ୍ଧି, ୧,୬୫,୭୯୯ ଆକ୍ରାନ୍ତ
Khabar Odisha:Nation-Corona-virus-death-toll-reach-in-India-stand-at-4706-detected-165799-in-country

ନୂଆଦିଲ୍ଲୀ, ମେ ୨୮ (ଖବର ଓଡ଼ିଶା): କରୋନା ଭାଇରସ ଭୂତାଣୁ ଜନିତ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ଦେଶରେ ଦିନକୁ ଦିନ କରୋନା ଭାଇରସ ସଂକ୍ରମଣ କାୟା ବିସ୍ତାର କରୁଛି । ଏହି ମାରାତ୍ମକ ଭାଇରସ ଯୋଗୁଁ ଶୁକ୍ରବାର ୯ଟା ମଧ୍ୟରେ ମୃତକଙ୍କ ସଂଖ୍ୟା ୪ ହଜାର ୭୦୬କୁ ବୃଦ୍ଧି ପାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଭାରତରେ କରୋନା ଭାଇରସରେ ୧ ଲକ୍ଷ ୬୫ ହଜାର ୭୯୯ ଜଣ ଲୋକ ଆକ୍ରାନ୍ତ ହୋଇଛନ୍ତି । ଏଥିରୁ ୮୯ ହଜାର ୯୮୭ ଜଣ ସକ୍ରିୟ ଆକ୍ରାନ୍ତ ଥିବା ବେଳେ ସୁସ୍ଥ ହୋଇଛନ୍ତି ୭୧ ହଜାର ୧୦୫ ଜଣ । 

ବିଗତ ୨୪ ଘଣ୍ଟା ମଧ୍ୟରେ କେବଳ ୭ ହଜାର ୪୬୬ ଜଣ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧୭୫ ଜଣ ବ୍ୟକ୍ତିଙ୍କର ପ୍ରାଣହାନୀ ଘଟିଛି ।   

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ କରୋନା ଭାଇରସରେ ମହାରାଷ୍ଟ୍ରରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ହୋଇଛି । ମହାରାଷ୍ଟ୍ରରେ ୫୯ ହଜାର ୫୪୬ ଜଣ ଆକ୍ରାନ୍ତ ହୋଇଛନ୍ତି । ସେହିପରି ୧୯୮୨ ଜଣ ଜୀବନ ହରାଇଛନ୍ତି । ଗୁଜୁରାଟରେ ୯୬୦, ମଧ୍ୟପ୍ରଦେଶରେ ୩୨୧  ଓ ପଶ୍ଚିମବଙ୍ଗରେ ୨୯୫  ଜଣ ଲୋକ ଜୀବନ ହରାଇଛନ୍ତି । ସେହିପରି ରାଜସ୍ଥାନରେ ୧୮୦, ଦିଲ୍ଲୀରେ ୩୧୬ ଓ ତାମିଲନାଡୁରେ ୧୪୫ ଜଣ ଜୀବନ ହାରିଛନ୍ତି ।

 

  • Tags:

Subscribe

National International State Sports Entertainment