ଏଲଏସିରେ ଅସ୍ତ୍ରଶସ୍ତ୍ର ସହିତ ମୁତୟନ ଅଛି ଚୀନ ସେନା: ବିଦେଶମନ୍ତ୍ରୀ
Khabar Odisha:Nation-Chinese-troops-with-weapons-at-LaC-in-eastern-Ladakh-very-critical-security-challenge-Jaishankar

ନ୍ୟୁୟର୍କ, ଅକ୍ଟୋବର ୧୭ (ଖବର ଓଡ଼ିଶା): ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର ଶୁକ୍ରବାର କହିଛନ୍ତି, ପୂର୍ବ ଲଦ୍ଦାଖରେ ବାସ୍ତବିକ ନିୟନ୍ତ୍ରଣ ରେଖା (ଏଲଏସି)ରେ ବଡ଼ ସଂଖ୍ୟାରେ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ଚୀନ ସୈନିକ ମୁତୟନ ଅଛନ୍ତି । ଭାରତ ପାଇଁ ଏହା ବହୁତ ଗମ୍ଭୀର ଚ୍ୟାଲେଞ୍ଜିଂ ସମୟ । ଜୟଶଙ୍କର କହିଛନ୍ତି, ଜୁନ ମାସରେ ଲଦ୍ଦାଖ ସେକ୍ଟରରେ ଭାରତ-ଚୀନ ସୀମା ବିବାଦ ହିଂସାର ରୂପ ନେଇଥିଲା । ଏହି ହିଂସା ଯୋଗୁଁ ଭାରତ ଓ ଚୀନ ମଧ୍ୟ ସଂପର୍କ ଆଉ ଭଲ ରହିନାହିଁ । 

ଏସିଆ ସୋସାଇଟି ତରଫରୁ ଆୟୋଜିତ ଅନଲାଇନ କାର୍ଯ୍ୟକ୍ରମରେ ଜୟଶଙ୍କର କହିଛନ୍ତି, ଏଲଏସିରେ ଆଜିର ଦିନରେ ବ୍ୟାପକ ସଂଖ୍ୟାରେ ସେନା ମୁତୟନ ଅଛନ୍ତି । ସ୍ଥିତି ଗମ୍ଭୀର ରହିଛି । ପୂର୍ବ ଲଦ୍ଦାଖର ଗଲୱାନ ଘାଟିରେ ହିଂସା ଯୋଗୁଁ ଭାରତୀୟ ସେନାର ୨୦ ଜଣ ଯବାନ ସହିଦ ହୋଇଥିଲେ । ଏହା ପରେ ଉଭୟ ଦେଶ ମଧ୍ୟରେ ଉତ୍ତେଜନା ଆହୁରି ବଢ଼ିବାରେ ଲାଗିଥିଲା । ଚୀନର ପିପୁଲ ଲିବେରେଶନ ଆର୍ମିର ଯବାନମାନେ ମଧ୍ୟ ମୃତ୍ୟୁର ଶିକାର ହୋଇଥିଲେ । କିନ୍ତୁ ଚୀନ ତରଫରୁ ସ୍ପଷ୍ଟ କରାଯାଇ ନଥିଲା ଯେ କେତେ ସୈନିକ ପ୍ରାଣ ହରାଇଛନ୍ତି । 

 

  • Tags:

Subscribe

National International State Sports Entertainment