ନୂଆଦିଲ୍ଲୀ, ମେ ୧୭ (ଖବର ଓଡ଼ିଶା): ଚୀନ୍ର ପିପୁଲ୍ସ ଲିବରେଶନ ଆର୍ମି (ପିଏଲଏ) ଅରୁଣାଚଳ ପ୍ରଦେଶ ସୀମାକୁ ଲାଗିଥିବା ବାସ୍ତବିକ ନିୟନ୍ତ୍ରଣ ରେଖା (ଏଲ୍ଏସି) ନିକଟରେ ନିଜର ଶକ୍ତି ବଢ଼ାଉଛି । ଭାରତୀୟ ସେନାର ଇଷ୍ଟର୍ଣ୍ଣ କମାଣ୍ଡର ଅଧିକାରୀ ଲେଫନାଣ୍ଟ ଜେନେରାଲ ଆରପି କାଲିତା ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ସୀମାରେ ସ୍ଥିତି ମଜବୁତ କରିବା ପାଇଁ ଚୀନ ନିଜର ଭିତ୍ତିଭୂମି ପ୍ରତିଷ୍ଠା କରୁଛି । ଏଥି ସହିତ ଗାଁ ଗଣ୍ଡା ପ୍ରତିଷ୍ଠା କରିବାରେ ବ୍ୟସ୍ତ ଅଛି । କିନ୍ତୁ ଭାରତୀୟ ସେନା ମଧ୍ୟ ଏହାକୁ ମୁକାବିଲା ପାଇଁ ପ୍ରସ୍ତୁତ ଅଛି ।
ସେନାର ଯବାନ କାଲିତା କହିଛନ୍ତି ଯେ, ଚୀନ ସେନା ଏଲଏସି ନିକଟରେ ଗା-ଗଣ୍ଡା ପ୍ରତିଷ୍ଠା କରୁଛି । ଏହାକୁ ୨ ପ୍ରକାରରେ ବ୍ୟବହାର କରିପାରେ । ଆମେ ସ୍ଥିତି ଉପରେ ନଜର ରଖିଛୁ । ତିବତ ଅଞ୍ଚଳରେ ଏଲଏସି ନିକଟରେ ଚୀନ ବ୍ୟାପକ ପରିମାଣରେ ଭିତ୍ତିଭୂମିର ବିକାଶ କରୁଛି । ଚୀନ ନିଜର ସୀମା ପାଖରେ ସଡ଼କ, ରେଳ ଓ ଆକାଶପଥରେ ଯୋଗାଯୋଗ ଭିତ୍ତିଭୂମି ନିର୍ମାଣ କରୁଛି । ଏହା ଦ୍ୱାରା ପିଏଲଏର କ୍ଷମତା ବଢ଼ିବ । ଆମେ କିନ୍ତୁ ଏହାରି ଉପରେ ନଜର ରଖିବା ସହିତ ମୁକାବିଲା ପାଇଁ ପ୍ରସ୍ତୁତ ଅଛୁ ।