କୋଲକାତା, ସେପ୍ଟେମ୍ବର ୨୯ (ଖବର ଓଡ଼ିଶା): ଅତୀତରେ ଏକଦା ମା’ ଦୁର୍ଗାଙ୍କ ଉପରେ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଥିବା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନବରାତ୍ରୀ ସମୟରେ ଚର୍ଚ୍ଚାକୁ ଆସିଛନ୍ତି । ମମତା ବାନାର୍ଜୀ କୋଲକାତାରେ ଦୁର୍ଗାପୂଜାର ଶୁଭାରମ୍ଭ କାର୍ଯ୍ୟକ୍ରମ ସମୟରେ ଢୋଲ ବଜାଇଛନ୍ତି । ସୁରୁଚି ସଂଘ ପୂଜା ମଣ୍ଡପରେ ଉଦ୍ଘାଟନୀ ସମୟରେ ମୁଖ୍ୟମନ୍ତ୍ରୀ ପାର୍ବଣ ନେଇ ଉତ୍ସାହିତ ଦେଖାଯାଇଥିଲେ । ଏବେ ମମତାଙ୍କ ଢୋଲ ବଜାରଇବାର ଭିଡିଓ ଭାଇରାଲ ହେବାରେ ଲାଗିଛି । ମମତାଙ୍କ ସହିତ ପଶ୍ଚିମବଙ୍ଗ ସରକାରରେ ମନ୍ତ୍ରୀ ଫିରହାଦ ହାକିମ ମଧ୍ୟ ଉପସ୍ଥିତ ଥିଲେ ।
ପଶ୍ଚିମବଙ୍ଗରେ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । କୋଲକାତାରେ ଭିନ୍ନ ଭିନ୍ନ ସ୍ଥାନରେ ଦୁର୍ଗାପୂଜାର ମଣ୍ଡପ ଅଲଗା ଅଲଗା ଥିମ ରହିଛି । ଏହି କ୍ରମରେ କୋଲକାତାର ଲୋକପ୍ରିୟ ଦୁର୍ଗାପୂଜା କମିଟି ଶ୍ରୀଭୂମି ସ୍ପୋର୍ଟିଙ୍ଗ କ୍ଲବ ଚଳିତ ଥର ଭିନ୍ନ ପ୍ରକାରର ଥିମ ରଖିଛି । ଗତଥର ଏହି ମଣ୍ଡପରେ ବୁର୍ଜ ଖଳୀଫାର ଆକୃତି କରାଯାଇଥିଲା । ଏହାର ଭବ୍ୟତା ଯୋଗୁଁ ଲକ୍ଷାଧିକ ଲୋକ ପୂଜା ମଣ୍ଡପକୁ ଆସିଥିଲେ । ଭିଡ଼ ନିୟନ୍ତ୍ରଣ କରିବାକୁ ଟ୍ରାଫିକ ପୁଲିସ ନାକେଦମ ହୋଇଯାଇଥିଲା ।