ଗୁଜରାଟ: ବିଲକିସ ବାନୋ ଦୁଷ୍କର୍ମ ମାମଲାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ ୧୧ ଦୋଷୀ ଖଲାସ
Khabar Odisha:Nation-All-eleven-convicts-sentenced-to-life-imprisonment-in-the-2002-post-Godhra

ଅହମଦାବାଦ, ଅଗଷ୍ଟ ୧୬ (ଖବର ଓଡ଼ିଶା): ଗୁଜରାଟରେ ଗୋଧରା କାଣ୍ଡ ସମୟରେ ବିଲକିସ ବାନୋ ଗଣଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ୧୧ ଜଣ ଏକଦୀଙ୍କୁ ସ୍ୱାଧୀନତା ଦିବସ ଅବସରରେ ଖଲାସ କରିଦିଆଯାଇଛି । ଗୁଜରାଟ ସରକାର ନିଜର ‘ଦୟା ନୀତି’ ବଳରେ ଏହି କଏଦୀମାନଙ୍କୁ ଖଲାସ କରିବା ପାଇଁ ଅନୁମତି ଦେଇଛନ୍ତି । 

ସୂଚନାଯୋଗ୍ୟ, ଗୁଜରାଟରେ ୨୦୦୨ରେ ଗୋଧରା କାଣ୍ଡ ହୋଇଥିଲା । ୨୦୦୨ ମାର୍ଚ୍ଚ ୩ ତାରିଖରେ ଦାହୋଦ ଜିଲ୍ଲାର ରଂଧିକପୁର ଗାଁରେ ବିଲକିସ ବାନୋଙ୍କ ସହିତ ଗଣଦୁଷ୍କର୍ମ ହୋଇଥିଲା ଏବଂ ତାଙ୍କର ପରିବାରର ୭ ଜଣଙ୍କୁ ହତ୍ୟା କରାଯାଇଥିଲା । ଯେଉଁ ସମୟରେ ଏହି ଘଟଣା ଘଟିଥିଲା, ସେତେବେଳେ ବିଲକିସ ବାନେ ୫ ମାସର ଗର୍ଭବତୀ ଥିଲେ । ଘଟଣାରେ ରାଧେଶ୍ୟାମ ଶାହୀ, ଜସୱନ୍ତ ଚତୁରଭାଇ ନାଇ, କେଶକୁ ଭାଇ ବଦାନିଆ, ବକାଭାଇ ବଦାନିଆ, ରାଜୀବଭାଇ ସୋନୀ, ରମେଶଭାଇ ଚୌହାନ, ଶୈଳେଶଭାଇ ଭଟ୍ଟ, ବିପିନ ଚନ୍ଦ୍ର ଯୋଶୀ, ଗୋବିନ୍ଦଭାଇ ନାଇ, ମିତେଶ ଭଟ୍ଟ ଓ ପ୍ରଦୀପ ମୋଢ଼ିୟାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲଶ । ଅଭିଯୁକ୍ତମାନଙ୍କୁ ୨୦୦୪ରେ ଗିରଫ କରାଯାଇଥିଲା । 

ଅହମଦାବାଦରେ ଟ୍ରାଏଲ ଆରମ୍ଭ ହୋଇଥିଲା । ମାତ୍ର ବିଲକିସ ବାନେ ଆଶା କରିଥିଲେ ଯେ, ସାକ୍ଷ୍ୟଙ୍କୁ କ୍ଷତି ପହଂଚାଯାଇପାରେ । କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ଦ୍ୱାରା ଏକତ୍ରିତ ପ୍ରମାଣ ଦ୍ୱାରା ମାମଲାକୁ ଭିନ୍ନ ରୂପ ଦିଆଯାଇପାରେ । ସୁପ୍ରିମକୋର୍ଟ ଏହି ମାମଲାକୁ ୨୦୦୪ରେ ମୁମ୍ବାଇ ଟ୍ରାନ୍ସଫର କରିଦେଇଥିଲେ । ୨୦୦୮ ଜାନୁଆରୀ ୨୧ରେ ମୁମ୍ବାଇର ଏକ ସ୍ୱତନ୍ତ୍ର ସିବିଆଇ ଅଦାଲତ ୧୧ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ଏବଂ ଆଜୀବନ କାରାବାଦ ଶୁଣାଇଥିଲେ । ପରେ ବମ୍ବେ ହାଇକୋର୍ଟ ଏହି ଦଣ୍ଡକୁ କାୟମ ରଖିଥିଲେ । 

 

  • Tags:

Subscribe

National International State Sports Entertainment