ଅଯୋଧ୍ୟାରେ ଭୂମି ପୂଜନ ପୂର୍ବରୁ ମୁସଲିମ ପର୍ସନାଲ ଲ ବୋର୍ଡର ଆପତ୍ତିଜନକ ଟୁଇଟ, ଏମିତି କହିଲା
Khabar Odisha:Nation-All-India-Muslim-personal-law-board-tweets-on-Babrimasjid-before-Bhumipujan-in-Ayodhya-by-PM-Modi

ନୂଆଦିଲ୍ଲୀ, ଅଗଷ୍ଟ ୦୫ (ଖବର ଓଡ଼ିଶା): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପ୍ରଦେଶର ଅଯୋଧ୍ୟାରେ ଶ୍ରୀ ରାମ ଜନ୍ମଭୂମିରେ ପୂଜା କରିବେ । ଏହା ପରେ ମନ୍ଦିର ନିର୍ମାଣ କାମ ଆରମ୍ଭ ହୋଇଯିବ । ସୁପ୍ରିମକୋର୍ଟଙ୍କ ରାୟ ପରେ ବିବାଦୀୟ ଆକୃତି ଓ ଶ୍ରୀରାମ ମନ୍ଦିର ନିର୍ମାଣର ନିଷ୍ପତ୍ତି ହୋଇପାରିଛି । କିନ୍ତୁ ଅଲ ଇଣ୍ଡିଆ ମୁସଲିମ ପର୍ସନାଲ ଲ ବୋର୍ଡ ପୁଣି ଥରେ ସୁପ୍ରିମ କୋର୍ଟଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଛି । ହାଗିଆ ସୋଫିଆ ମସଜିଦର ଉଦାହରଣ ଦେଇ କହିଛି, ବାବରୀ ମସଜିଦ ଥିଲା ଓ ସବୁବେଳେ ରହିବ । 

ଅଲ ଇଣ୍ଡିଆ ମୁସଲିମ ପର୍ସନାଲ ଲ ବୋର୍ଡ ନିଜର ଟୁଇଟର ହ୍ୟାଣ୍ଡେଲରେ ଟୁଇଟ କରିଛି । ବାବରୀ ମସଜିଦ ଥିଲା ଓ ସବୁବେଳେ ମସଜିଦ ହୋଇ ରହିବ । ହାଗିଆ ସୋଫିଆ ଏହାର ଏକ ବଡ଼ ଉଦାହରଣ । ଅନ୍ୟାୟଭାବେ, ଦମନକାରୀ ଓ ବହୁସଂଖ୍ୟକ ତୁଷ୍ଟିକରଣ ନିର୍ଣ୍ଣୟ ଦ୍ୱାରା ଜମୀରେ ପୁନଃନିର୍ମାଣ ଏହାକୁ ବଦଳାଇପାରିବ ନାହିଁ । ଦୁଃଖ ହେବାର କୌଣସି କାରଣ ନାହିଁ । କୌଣସି ସ୍ଥିତି ସବୁଦିନ ପାଇଁ ରହି ନଥାଏ । 

 

  • Tags:

Subscribe

National International State Sports Entertainment