ଦିଲ୍ଲୀରେ ଲାଲୁ ଯାଦବଙ୍କୁ ଭେଟିଲେ ଅଖିଳେଶ, ଫେସ୍‌ବୁକରେ ସେୟାର କଲେ ଫଟୋ
Khabar Odisha:Nation-Akhilesh-Yadav-met-Lalu-Prasad-Yadav-in-Delhi-shares-photos-on-facebook-read-more

ନୂଆଦିଲ୍ଲୀ, ଜୁନ ୧୫ (ଖବର ଓଡ଼ିଶା): ବିହାରରେ ରାଜନୈତିକ ଝଡ଼ ଜାରି ରହିଛି । ଏହାରି ଭିତରେ ସମାଜବାଦୀ ପାର୍ଟିର ନେତା ଅଖିଳେଶ ଯାଦବଙ୍କ ଏକ ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି । ଏହାକୁ ନେଇ ରାଜନେତାମାନେ ଅଙ୍କ କଷୁଛନ୍ତି । 

ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଦିଲ୍ଲୀରେ ରାଷ୍ଟ୍ରୀୟ ଜନତା ଦଳର ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ଭେଟିଛନ୍ତି । ଏହା ପରେ ଉତ୍ତର ପ୍ରଦେଶରେ ଆଗାମୀ ବିଧାନସଭା ନିର୍ବାଚନକୁ ନେଇ ନାନା ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଅଖିଳେଶ ଦିଲ୍ଲୀରେ ଲାଲୁ ଯାଦବଙ୍କୁ ଭେଟିବା ସହିତ ସ୍ୱାସ୍ଥ୍ୟ ସଂପର୍କରେ ଅବଗତ ହୋଇଥିଲେ । 

ଲାଲୁଙ୍କ ସହିତ ଅଖିଳେଶଙ୍କ ଏହି ସାକ୍ଷାତକାର ଉତ୍ତରପ୍ରଦେଶରେ ୨୦୨୨ ମସିହାରେ ହେବାକୁ ଥିବା ବିଧାନସଭା ନିର୍ବାଚନ ବହୁତ ଗୁରୁତ୍ୱପୂର୍ଣ୍ଣ । ସୂଚନାଯୋଗ୍ୟ, ଲାଲୁ ପ୍ରସାଦ ଯାଦବ ଓ ସମାଜବାଦୀ ପାର୍ଟିର ମୁଖ୍ୟ ମୁଲାୟମ ସିଂହ ଯାଦବଙ୍କ ମଧ୍ୟରେ ପାରିବାରିକ ସଂପର୍କ ରହିଛି । ଉଭୟଙ୍କ ମଧ୍ୟରେ ମୁଦୀର ସଂପର୍କ ରହିଛି । ଗୋଖାଦ୍ୟ ଦୁର୍ନୀତି ମାମଲାରେ ଜେଲରେ ଦିନ କାଟୁଥିବା ଲାଲୁଙ୍କୁ ଜାମିନ ମିିଳିବା ପରେ ଜେଲରୁ ବାହାରିଛନ୍ତି । ଏବେ ସେ ଦିଲ୍ଲୀରେ ଝିଅ ତଥା ରାଜ୍ୟସଭା ସାଂସଦ ମୀସା ଭାରତୀ ସହିତ ରହୁଛନ୍ତି । ଲାଲୁଙ୍କ ପରିବାର ଲୋକଙ୍କ କହିବା ଅନୁସାରେ ସେ ଏବେ ଅସୁସ୍ଥ ଅଛନ୍ତି । 

 

  • Tags:

Subscribe

National International State Sports Entertainment