ଏହି ରାଜ୍ୟରେ ମିଳିଲା ୧୦ କୋଟି ବର୍ଷ ପୁରୁଣା ସରୋପୋଡ ଡାଇନୋସରର ଅସ୍ଥି
Khabar Odisha:Nation-100-million-year-old-bones-of-sauropod-dinosaurs-discovered-in-Meghalaya

ନୂଆଦିଲ୍ଲୀ, ମେ ୦୫ (ଖବର ଓଡ଼ିଶା): ମେଘାଳୟର ପଶ୍ଚିମ ଖାସି ଜିଲ୍ଲା ନିକଟରେ ଏକ ଅଂଚଳରୁ ପାଖାପାଖି ୧୦ କୋଟି ବର୍ଷ ପୂର୍ବରୁ ସରୋପୋର୍ଡ ଡାଇନୋସରର ଅସ୍ଥିର ଜୀବାଶ୍ମ ମିଳିଛି । ଗବେଷକମାନଙ୍କର ଗବେଷଣା ପ୍ରକାଶିତ ହୋଇ ନାହିଁ । ଭାରତୀୟ ଭୂବୈଜ୍ଞାନିକ ସର୍ବେକ୍ଷଣ (ଜିଏସଆଇ)ର ପୂର୍ବୋତ୍ତରସ୍ଥିତ ଜୀବାଶ୍ମ ବିଜ୍ଞାନ ପ୍ରଭାଗର ଗବେଷକ ସ୍ଥଳର ନିଜର ନିକଟତମ ଗସ୍ତ ପରେ ଏହି ସିଦ୍ଧାନ୍ତରେ ଉପନୀତ ହୋଇଛନ୍ତି ।

ଜିଏସଆଇ ଗବେଷକଙ୍କ ଅନୁସାରେ ଏହା ପ୍ରଥମ ଥର ଘଟଣା । ବୋଧହୁଏ ଟାଇଟେନୋସରିୟାର୍ଡ ମୂଳର ସରୋପୋଡର ଅବଶିଷ୍ଠାଂଶ ମିଳିଛି । ସରୋପୋଡର ଦୀର୍ଘ ଗଳା, ଶରୀରର ବାକି ଅଂଶ ତୁଳନାରେ ଛୋଟ ମୁଣ୍ଡ, ୪ ମୋଟା ଏବଂ ଖମ୍ବ ଭଳି ଗୋଡ ହୋଇଥାଏ । ଗବେଷକମାନେ କହିଛନ୍ତି ଯେ, ଗୁଜରାଟ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଓ ତାମିଲନାଡୁ ପରେ ମେଘାଳୟରେ ଭାରତର ୫ମ ରାଜ୍ୟ ଏବଂ ପ୍ରଥମ ପୂର୍ବୋତ୍ତର ରାଜ୍ୟ, ଯେଉଁଠାରେ କି ଟାଇଟେନୋସରିୟନ ମୂଳର ସରୋପୋଡର ଅସ୍ଥି ମିଳିଛି । 

ଜିଏସଆଇରେ ଜୀବାଶ୍ମ ବିଜ୍ଞାନ ପ୍ରଭାଗର ବରିଷ୍ଠ ଭୂବୈଜ୍ଞାନିକ ଅରିନ୍ଦମ ରାୟ କହିଛନ୍ତି ଯେ, ମେଘାଳୟରେ ଜିଏସଆଇକୁ ୨୦୦୧ରେ ମଧ୍ୟ ଡାଇନୋସରର ଅସ୍ଥି ମିଳିଥିଲା । କିନ୍ତୁ ସେହି ସମୟରେ ମିଳିଥିବା ଅସ୍ଥିର ସ୍ଥିତି ଖରାପ ଥିଲା ।  

 

  • Tags:

Subscribe

National International State Sports Entertainment