ଡିଗ୍ରୀ ସାର୍ଟିଫିକେଟ୍ରେ ରହିବ ମା'ଙ୍କ ନାମ । ଡିଗ୍ରୀ ସାର୍ଟିଫିକେଟ୍କୁ ନେଇ ଦିଲ୍ଲୀ ହାଇକୋର୍ଟ ବଡ ନିଷ୍ପତ୍ତି । ଜଣେ ଆଇନ ଛାତ୍ରଙ୍କ ଶୁଣାଣି ସମୟରେଏଭଳି ନିଷ୍ପତ୍ତି ନେଇଛନ୍ତି ଦିଲ୍ଲୀ ହାଇକୋର୍ଟ । ଏଥର ଡିଗ୍ରୀ ସାର୍ଟିଫିକେଟ୍ରେ ମା'ଙ୍କ ନାମ ଉଲ୍ଲେଖ କରାଯିବ । କୋର୍ଟ କହିଛନ୍ତି, ଶିକ୍ଷାଗତ ପ୍ରମାଣପତ୍ର ଏବଂ ଡିଗ୍ରୀରେ ଯେଉଁଠାରେ ଅଭିଭାବକଙ୍କ ନାମ ଉଲ୍ଲେଖ କରାଯାଇଥାଏ, ସେଠାରେ ଉଭୟ ମା ଏବଂ ବାପାଙ୍କ ନାମ ରହିବା ଆବଶ୍ୟକ ।
ସୂଚନା ଅନୁଯାୟୀ,ଆଇନ ସ୍ନାତକ ରିତିକା ପ୍ରସାଦଙ୍କ ଦ୍ୱାରା ଏକ ଆବେଦନ କରାଯାଇଥିଲା । ତାଙ୍କ କହିବା ମୁତାବକ ସେ ପାଞ୍ଚ ବର୍ଷର ବିଏ ଏଲଏଲବି ପାଠ୍ୟକ୍ରମରେ ଆଡମିଶନ ନେଇଥିଲେ। ଯେତେବେଳେ ପାଠ୍ୟକ୍ରମ ସମାପ୍ତ ହେଲା, ତାଙ୍କୁ ଦିଆଯାଇଥିବା ଡିଗ୍ରୀ ଉପରେ କେବଳ ତାଙ୍କ ପିତାଙ୍କ ନାମ ଲେଖାଯାଇଥିଲା ହେଲେ ତାଙ୍କ ମାତାଙ୍କର ନାଁ ଲେଖାନଥିଲା। ତେଣୁ ସେ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲେ । ତାଙ୍କ ଆବେଦନ ଶୁଣାଣି କରି ଜଷ୍ଟିସ କହିଛନ୍ତି ଯେ ପ୍ରମାଣପତ୍ରର ମୁଖ୍ୟ ଭାଗରେ ଉଭୟ ପିତାମାତାଙ୍କ ନାମ ରହିବ ବାଧ୍ୟତାମୂଳକ । ଏଥିରେ କୌଣସି ପ୍ରକାର ବିତର୍କ କରିବା ଚିତ୍ତ ନୁହେଁ ।
ଅଧିକ ପଢନ୍ତୁ :ଘୁଞ୍ଚିପାରେ ନିର୍ବାଚନ ତାରିଖ ଘୋଷଣା !