ଲକଡାଉନ 4.0 ଲାଗୁ ହେବାର 12 ଦିନ ମଧ୍ୟରେ ଦେଶରେ ବଢିଛନ୍ତି 70 ହଜାରରୁ ଉର୍ଦ୍ଧ୍ୱ ନୂତନ କରୋନା ରୋଗୀ
Khabar Odisha:More-than-70000-new-corona-patient-have-risen-in-the-country-in-the-12-days-since-Lockdown-40-was-implemented
ନୂଆଦିଲ୍ଲୀ, ମେ ୨୯ (ଖବର ଓଡ଼ିଶା):

କରୋନା ସଙ୍କଟ କାରଣରୁ ଲଗାଯାଇଥିବା ଲକଡାଉନର ଚତୁର୍ଥ ପର୍ଯ୍ୟାୟ ବା ଲକଡାଉନ 4.0 ର ଅବଧି ଆଉ ଦୁଇ ଦିନ ମଧ୍ୟରେ ଶେଷ ହେବ | ଲକଡାଉନ୍ 4.0 ଲାଗୁ ହେବାର 12 ଦିନରେ ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇଛି | ଯଦି ଆମେ ଗତ 12 ଦିନ ବିଷୟରେ ଆଲୋଚନା କରିବା ତେବେ ଗତ 12 ଦିନ ମଧ୍ୟରେ ଦେଶରେ 70,000ରୁ ଉର୍ଦ୍ଧ୍ୱ ନୂତନ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ଏବଂ ପ୍ରାୟ 1700 ଲୋକଙ୍କର ମୃତ୍ୟୁ ଘଟିଛି।

18 ମଇରେ ଦେଶରେ ଲକଡାଉନ୍ 4.0 ଲାଗୁ କରାଯାଇଥିଲା | ସେହି ଦିନ ପର୍ଯ୍ୟନ୍ତ ଦେଶରେ ସମୁଦାୟ କରୋନା ରୋଗୀଙ୍କ ସଂଖ୍ୟା 96 ହଜାର 169 ଥିଲା। ଏଥିମଧ୍ୟରୁ 3 ହଜାର 29 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 36 ହଜାର 823 ଲୋକ ସୁସ୍ଥ ହୋଇ ନିଜ ଘରକୁ ଫେରିଥିଲେ । ସେହି ଦିନ, 5 ହଜାର 242 ଟି ନୂଆ କରୋନା ମାମଲା ଚିହ୍ନଟ ହୋଇଥିଲା।

ଆଜି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ, 12 ଦିନ ପରେ ବର୍ତ୍ତମାନ ଦେଶରେ କରୋନା ରୋଗୀଙ୍କ ସଂଖ୍ୟା 1 ଲକ୍ଷ 65 ହଜାର 799 କୁ ବୃଦ୍ଧି ପାଇଛି। କରୋନା କାରଣରୁ ଏପର୍ଯ୍ୟନ୍ତ 4 ହଜାର 706 ଲୋକ ପ୍ରାଣ ହରାଇଛନ୍ତି। ତେବେ ଖୁସିର ବିଷୟ ଯେ ସୁସ୍ଥ୍ୟ ହେଉଥିବା ଲୋକଙ୍କ ସଂଖ୍ୟାରେ ମଧ୍ୟ ବୃଦ୍ଧି ପାଇଛି। ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ସଂଖ୍ୟା ପ୍ରାୟ 90 ହଜାର |

ଦିନକୁ ଦିନ ବଢିଲା କରୋନା ଗ୍ରାଫ -

ଚତୁର୍ଥ ପର୍ଯ୍ୟାୟରେ ଲକଡାଉନ୍ ରେ, କରୋନା ର ନୂଆ ମାମଲା ପ୍ରତିଦିନ ବୃଦ୍ଧି ପାଇଛି | 18 ମଇରେ 5242, 19 ମଇରେ 4970, 20 ମଇରେ 5611, 21 ମଇରେ 5609, 22 ମଇରେ 6088, 23 ମଇରେ 6654, 24 ମଇରେ 6767, 25 ମଇରେ 6977, 26 ମଇରେ 6537, 27 ମଇରେ 6387, ମେ 28 ରେ 6566 ନୂତନ ମାମଲା ଏବଂ ମେ 29 ଅର୍ଥାତ ଆଜି 7466 ମାମଲା ସାମ୍ନାକୁ ଆସିଛି ।

ଦିନକୁ ଦିନ ବଢୁଛି କରୋନା ମୃତ୍ୟୁ ସଂଖ୍ୟା -

କରୋନାରୁ ମୃତ୍ୟୁ ସଂଖ୍ୟା ମଧ୍ୟ ଦିନକୁ ଦିନ ଦୃତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। 18 ମେ ରେ 157 ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ, 19 ମେ ରେ 134 ଜଣ, 20 ମେ ରେ 140 ଜଣଙ୍କ ମୃତ୍ୟୁ ହୋଇଥିଲା । 21 ମେ ରେ 132 ଜଣ, 22 ମେ ରେ 148 ଜଣ, 23 ମେ ରେ 137 ଜଣ, 24 ମେ ରେ 147 ଜଣ, 25 ମେ ରେ 154 ଜଣ, 26 ମେ ରେ 146 ଜଣ, 27 ମେ ରେ 170 ଜଣ, 28 ମେ ରେ 194 ଜଣ ଏବଂ 29 ମେ ଅର୍ଥାତ ଆଜି 175 ଜଣ ଲୋକଙ୍କର ବର୍ତ୍ତମାନ ସୁଦ୍ଧା କରୋନାରେ ମୃତ୍ୟୁ ଘଟିଛି

  • Tags:

Subscribe

National International State Sports Entertainment