ଆଜି ଆସିବ MCD ନିର୍ବାଚନ ଫଳ , ଅପେକ୍ଷାରେ ରାଜନୈତିକ ଦଳ
Khabar Odisha:MCD-Election-Vote-Counting-Begins
ନୂଆଦିଲ୍ଲୀ : 07/12/2022

ଦିଲ୍ଲୀ ଏମସିଡି ନିର୍ବାଚନର ଚାଲିଛି ଭୋଟ ଗଣତି । ସକାଳ 8ଟାରୁ ଭୋଟ ଗଣତି କାର୍ଯ୍ୟ ଆରମ୍ଭ ହୋଇଛି | ଆରମ୍ଭରୁ 100ରୁ ଅଧିକ ସିଟରେ ଆଗୁଆ ରହିଛି ଆମ୍ ଆଦମୀ ପାର୍ଟି ।ଆପକୁ କଡ଼ା ଟକ୍କର ଦେଉଛି ବିଜେପି । ମହାନଗର ନିଗମର 250ଟି ଓ୍ବାର୍ଡରେ ନିର୍ବାଚନ ହୋଇଥିବା ବେଳେ, 1349 ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେଉଛି । ପୁଣିଥରେ ବିଜେପି ବାଜି ମାରିବା ସମ୍ଭାବନା କରିଛି ବିଜେପି | ପଛରେ ପଡିବେ କଂଗ୍ରେସ ଓ ଆମ ଆଦମୀ ପାର୍ଟି । ସେପଟେ ଆପ ମଧ୍ୟ କହିଛି ଦୀର୍ଘ 18 ବର୍ଷ ପରେ ବିଜେପି ହାତରୁ ଖସିପାରେ ଏମସିଡି । ଦିଲ୍ଲୀର ମିନି ସରକାର ଗଠନ ପାଇଁ ଆପ୍ ସପକ୍ଷରେ ଭୋଟ ପଡ଼ିଛି ବୋଲି ବୁଥ୍ ବାହୁଡ଼ା ମତରୁ ଜଣାପଡ଼ିଥିଲା ।

Subscribe

National International State Sports Entertainment