ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିବା ବିରୋଧରେ ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଆବେଦନକୁ ପ୍ରତ୍ୟାହାର କରାଯାଇଛି। ଗୁରୁବାର କେଜ୍ରିଓ୍ବାଲଙ୍କ ଗିରଫଦାରୀ ବିରୋଧରେ ଆମ ଆଦମୀ ପାର୍ଟିର ଲିଗାଲ ଟିମ୍ ସୁପ୍ରିମକୋର୍ଟର ଦ୍ବାରସ୍ତ ହୋଇଥିଲା। ତେବେ ଶୁକ୍ରବାର ସୁପ୍ରିମକୋର୍ଟର ସ୍ପେଶାଲ ବେଞ୍ଚରେ ଏହି ମାମଲାର ଶୁଣାଣି ୨ଟା ୩୦ରେ ହେବାକୁ ଥିବାବେଳେ କେଜ୍ରିୱାଲ ସୁପ୍ରିମକୋର୍ଟରୁ ଆବେଦନ ପ୍ରତ୍ୟାହାର କରିନେଇଛନ୍ତି । ଏ ନେଇ ସୂଚନା ଦେଇଛନ୍ତି ତାଙ୍କ ଓକିଲ ଅଭିଷେକ ମନୁ ସିଂହଭି।
ସୂଚନାଯୋଗ୍ୟ ଯେ, ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଗିରଫ କରିଥିଲା ଇଡି। ସେଥିପାଇଁ ଗୁରୁବାର କେଜ୍ରିଓ୍ବାଲଙ୍କ ଗିରଫଦାରୀ ବିରୋଧରେ ସୁପ୍ରିମକୋର୍ଟର ଦ୍ବାରସ୍ତ ହୋଇଥିଲା ଆମ ଆଦମୀ ପାର୍ଟିର ଲିଗାଲ ଟିମ୍ । ଇଡି ଗିରଫଦାରୀ ମାମଲାର ଜରୁରୀ ଶୁଣାଣି ପାଇଁ କୋର୍ଟ ରାଜି ହୋଇଥିବା ବେଳେ ଜଷ୍ଟିସ ସଞ୍ଜୀବ ଖାନ୍ନାଙ୍କ ଅଧ୍ୟକ୍ଷତାରେ ଏକ ତିନି ଜଣିଆ ବେଞ୍ଚ ଗଠନ କରାଯାଇ ଏହି ଆବେଦନ ଉପରେ ଶୁଣାଣି କରିବା ପାଇଁ ନିଷ୍ପତ୍ତି ହୋଇଥିଲା । ଇଡି ୧୦ ଦିନିଆ ରିମାଣ୍ଡ ଆବେଦନ କରିଥିବାରୁ ଏହାର କିଛି ସମୟ ମଧ୍ୟରେ କେଜ୍ରିଓ୍ବାଲଙ୍କ ପକ୍ଷରୁ ସୁପ୍ରିମକୋର୍ଟରୁ ଆବେଦନକୁ ପ୍ରତ୍ୟାହାର କରାଯାଇଥିବା ସୂଚନା ମିଳିଛି । ତେବେ କେଜ୍ରିୱାଲ ପୁଣିଥରେ ଏନେଇ ତଳ କୋର୍ଟରେ ଅପିଲ କରିବେ ବୋଲି ସୂଚନା ରହିଛି ।
ଅଧିକ ପଢନ୍ତୁ: ଆଜିଠୁ IPL ୨୦୨୪ ଆରମ୍ଭ