ଆଜିକୁ ୧୭ ଦିନ ହେଲା ସୁଡ଼ଙ୍ଗରେ ଫସି ରହିଛନ୍ତି ଶ୍ରମିକ ଅପେକ୍ଷାରେ ପରିବାର ଉଦ୍ଧାର ହେବେ କେବେ ? ସେମାନଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ପ୍ରତ୍ୟେକ ମୁହୁର୍ତ୍ତରେ ଚାଲିଛି ଅହରହ ଚେଷ୍ଟା । ଏନଡିଆରଏଫ ଠାରୁ ଆରମ୍ଭ କରି ବିଭିନ୍ନ ଉଦ୍ଧାରକାରୀ ଟିମ୍ ଏହି କାମରେ ଲାଗି ପଡ଼ିଛନ୍ତି । ଏମିତିକି କେନ୍ଦ୍ର ତଥା ରାଜ୍ୟ ସରକାର ବି ଏଥିପ୍ରତି ବିଶେଷ ଗୁରୁତ୍ୱ ଦେଉଛନ୍ତି । ଏଥର ଏଣିକି ଆଉ କୌଣସି ମେସିନ୍ ନୁହେଁ ମଣିଷ ହାତରେ ଗାତ ଖୋଳିବେ । ପ୍ରାଚୀନ ପଦ୍ଧତିରେ ଗାତ ଖୋଳି ୪୧ ଶ୍ରମିକଙ୍କୁ କରାଯିବ ଉଦ୍ଧାର । ଏହି ନୂଆ ପଦ୍ଧତିରେ ଉଦ୍ଧାର କାର୍ଯ୍ୟ କରାଯିବ। ଯାହାର ନାଁ ହେଲା ‘ରାଟ ହୋଲ ମାଇନର୍ସ’ ବା ‘ଗାତୁଆ ମୁଷା’ ପ୍ରଣାଳୀ। ଗାତୁଆ ମୂଷା ଭଳି ଗାତ ଖୋଳି ତା ଭିତରୁ ଶ୍ରମିକଙ୍କୁ ଉଦ୍ଧାର କରାଯିବ ।
ଆଜି ସକାଳୁ ସକାଳୁ ଉତ୍ତର ପ୍ରଦେଶ ଝାନ୍ସୀରୁ ଆସି ସାମିଲ ହେଲେ, ଆଗେଇଲା କାର୍ଯ୍ୟ ବାକି ଥିବା ୧୦ରୁ ୧୨ ମିଟର ଖୋଳି ଉଦ୍ଧାର ଶେଷ କରିବାକୁ ଉଦ୍ୟମ ପ୍ରାରମ୍ଭରୁ ଦୁଇ ଘଣ୍ଟାରେ ୧ ମିଟର ଖୋଲିଲେ ‘Rat-hole’ ମାଇନର ଶ୍ରମିକ । ଏହି ପ୍ରାଚୀନ ପଦ୍ଧତିରେ ଉଦ୍ଧାର ପାଇଁ ହୋଇଛି ଯୋଜନା । ‘ରାଟ ହୋଲ ମାଇନର୍ସ’ ପ୍ରଣାଳୀରେ ୨୪ ଜଣ ଏକ୍ସପର୍ଟଙ୍କୁ ନିୟୋଜିତ କରାଯାଇଛି । ଯଦି ସବୁ କିଛି ଠିକ୍ ରୁହେ ତେବେ ଏହି ପ୍ରଣାଳରେ ଖୁବ୍ଶୀଘ୍ର ଏବଂ ସୁରକ୍ଷିତ ଉଦ୍ଧାର ହୋଇପାରିବେ ଶ୍ରମିକ । ସେମାନେ ୩ଟି ସିଫ୍ଟରେ ୨୪ ଘଣ୍ଟା କାମ କରିବେ । ଗାତ ଖୋଳି ୮୦୦ ଏମ୍ଏମ୍ର ପାଇପ୍ ଯୋଗେ ଭିତରକୁ ଯିବେ । ସେମାନଙ୍କୁ ହେଲମେଟ୍, ୟୁନିଫର୍ମ, ଚଷମା, ମାସ୍କ ଆଦି ଯୋଗାଇ ଦିଆଯିବ । ଏହି ପଦ୍ଧତି ସମ୍ପୂର୍ଣ୍ଣ ରୂପେ ଲୋକଙ୍କ ଦ୍ୱାରା ଚାଲିବ । ଏମାନେ ମୂଷାଙ୍କ ଭଳି ଯେତିକି ଯେତିକି ଖୋଳିବେ ସେତିକି ସେତିକି ଭିତରକୁ ଯିବେ । ପୁରାତନ ଯୁଗରେ ଏଭଳି ପଦ୍ଧତି ଦ୍ୱାରା କୋଇଲା ଖଣିରୁ କୋଇଲା ବାହାର କରାଯାଉଥିଲା ।
ଖାଲି ସେତିକି ନୁହେଁ, ଦେଶ ତଥା ବିଦେଶରୁ ଟନେଲ ବିଶେଷଜ୍ଞଙ୍କୁ ଡାକି ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି । ସୁଡ଼ଙ୍ଗ ବାହାରେ ଶ୍ରମିକଙ୍କ ସୁରକ୍ଷିତ ଉଦ୍ଧାରପାଇଁ ଅନ୍ୟ ଶ୍ରମିକ ଓ ପରିବାର ବର୍ଗ ପ୍ରାର୍ଥନା କରୁଛନ୍ତି ।