ଭୁବନେଶ୍ୱର, ଜାନୁଆରୀ ୧୪(ଖବର ଓଡ଼ିଶା): ରାଜ୍ୟରେ ଏବେ ଦୈନିକ କରୋନା ସଂକ୍ରମଣ ୧୦ ହଜାର କରିସାରିଛି । ତୃତୀୟ ଲହର ଆରମ୍ଭରୁ ହଠାତ୍ ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଇବା ସହିତ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ କ୍ରମାଗତ ଭାବରେ ବୃଦ୍ଧି ପାଇ ଚାଲିଛି ।
ତେବେ ଚଳିତ ମାସ ଶେଷ ସୁଦ୍ଧା ରାଜ୍ୟରେ ତୃତୀୟ ଲହରର ପିକ୍ ସମୟ ଆସିବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଆକଳନ କରିଥିବା ବେଳେ ଆଜି ଆଉ ଏକ ସଂସ୍ଥାର ଆକଳନ ରିପୋର୍ଟ ଏବେ ରାଜ୍ୟ ବାସୀଙ୍କ ଭୟ ବଢାଇଛି ।
ଇଣ୍ଡିିଆନ୍ ଇନଷ୍ଟିଟ୍ୟୁଟ୍ ଅଫ୍ ସାଇନ୍ସ ଓ ଇଣ୍ଡିିଆନ୍ ଷ୍ଟାଷ୍ଟିଟିକାଲ ଇନଷ୍ଟିଟ୍ୟୁଟ୍ ବେଙ୍ଗାଲୁରୁର ଗବେଷଣା ଅନୂଯାଇ ରାଜ୍ୟରେ ଜାନୁଆରୀ ଶେଷ ସପ୍ତାହ କିମ୍ବା ଫେବୃଆରୀ ପ୍ରଥମ ସପ୍ତାହରେ କରୋନା ମହାମାରୀର ତୃତୀୟ ଲହରର ପିକ୍ ସମୟ ଆସିବ ।
ଆଉ ଏହି ସମୟରେ ରାଜ୍ୟରୁ ଦୈନିକ ୨୨ ହଜାରରୁ ୨୫ ହଜାର କୋଭିଡ୍ ସଂକ୍ରମିତ ଚିହ୍ନଟ ହେବେ ଏବଂ ଶିଶୁ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ବେଶ୍ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି । ଏହା ପରବର୍ତ୍ତୀ ସମୟରେ ରାଜ୍ୟରେ ଦୈନିକ ସଂକ୍ରମଣ ହାର ୧୫ ହଜାରକୁ ହ୍ରାସ ପାଇବ ।
ଅନ୍ୟପଟେ ଦେଶରେ ମଧ୍ୟ ତୃତୀୟ ଲହର ପିକ୍ ସମୟରେ ଦୈନିକ ୯ ଲକ୍ଷରୁ ୧୦ ଲକ୍ଷ କରୋନା ସଂକ୍ରମିତ ଚିହ୍ନଟ ହୋଇପାରନ୍ତି ବୋଲି ଏହି ଦୁଇଟି ସଂସ୍ଥାର ଗବେଶଷଣାରୁ ଆକଳନ କରାଯାଇଛି ।