ଆତ୍ମନିର୍ଭର ଦିଗରେ ଆଉ ପାଦେ ଆଗେଇଛି ଭାରତୀୟ ପ୍ରତିରକ୍ଷା ବିଭାଗ। ଭାରତୀୟ ସେନାକୁ ମିଳିଛି ପ୍ରଥମ ସ୍ୱଦେଶୀ ଆତ୍ମଘାତି ଡ୍ରୋନ୍ ‘ନାଗାସ୍ତ୍ର-୧’ । ଯାହା ଫଳରେ ଭାରତୀୟ ସେନାର ବଳ ବଢିଛି। ଏହି ଡ୍ରୋନକୁ ଶତ୍ରୁ ପକ୍ଷର ରାଡାର ମଧ୍ୟ ଧରିବାରେ ବିଫଳ ହେବ । ଏବେ ଏୟାର ଷ୍ଟ୍ରାଇକ୍ ପାଇଁ ସେନାକୁ ଆଉ ଫାଇଟର ଜେଟର ଆବଶ୍ୟକତା ପଡ଼ିବ ନାର୍ହିିଁ। ଶତ୍ରୁ ମାଟିରେ ଆତଙ୍କବାଦୀଙ୍କ ଉପରେ ଏୟାର ଷ୍ଟ୍ରାଇକ୍ କରିବାରେ ସକ୍ଷମ ଏହି ସ୍ୱଦେଶୀ ଡ୍ରୋନ । ଏହି ଡ୍ରୋନ୍ ବଙ୍କର, କ୍ୟାମ୍ପ ଓ ଅସ୍ତ୍ରାଗାରକୁ ଧ୍ୱସଂ କରିପାରିବ।
ସେନାକୁ ମୋଟ୍ ୪୫୦ଟି ଡ୍ରୋନ ଯୋଗାଇ ଦିଆଯିବ ବୋଲି ସୂଚନା ରହିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ସେନାକୁ ୧୨୦ଟି ଡ୍ରୋନ ମିଳିଛି ।ଭାରତ-ଚୀନ୍ ସୀମା ନୁବ୍ରା ଘାଟିରେ ଏହାର ପରୀକ୍ଷଣ କରାଯାଇଛି। ଡ୍ରୋନ୍ଟି ୧ରୁ ୪କେଜି ଅସ୍ତ୍ରଶସ୍ତ୍ର ନେବାରେ ସଫଳ ହୋଇଥିଲା। ଏହାର ଜିପିଏସ୍ ଟାର୍ଗେଟ ରେଂଜ ୫ କିଲୋମିଟର ପର୍ଯ୍ୟନ୍ତ ରହିଛି ।