ନୂଆଦିଲ୍ଲୀ, ଡିସେମ୍ବର ୪(ଖବର ଓଡ଼ିଶା): ଭାରତ ଗତ ଦଶନ୍ଧି ଧରି ପ୍ରତିରକ୍ଷା ସାମଗ୍ରୀ ତିଆରି କ୍ଷେତ୍ରରେ ବେଶ୍ ଉନ୍ନତି କରିଥିବା ବେଳେ ଖବ୍ଶୀଘ୍ର ଭାରତ ବିଶ୍ୱରେ ଏକ ବଡ଼ ପ୍ରତିରକ୍ଷା ସାମଗ୍ରୀ ରପ୍ତାନୀକାରୀ ଦେଶ ହେବାକୁ ଯାଉଛି ।
ଆଜି ସୋସାଇଟି ଅଫ୍ ଇଣ୍ଡିଆନ୍ ଡିଫେନ୍ସ ନିର୍ମାତା (SIDM) ର ଏମ୍ଏସ୍ଏମ୍ଇ କନକ୍ଲେଭରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ୍ ସିଂ ଅଭିଭାଷଣ ଦେଇ କହିଛନ୍ତି ଯେ ବିଗତ ସାତ ବର୍ଷ ମଧ୍ୟରେ ଭାରତ ୩୮,୦୦୦ କୋଟିରୁ ଅଧିକ ମୂଲ୍ୟର ପ୍ରତିରକ୍ଷା ସାମଗ୍ରୀ ରପ୍ତାନି କରିଛି ଏବଂ ଆମ ଦେଶ ଖୁବ୍ ଶୀଘ୍ର ସାମଗ୍ରିକ ରପ୍ତାନିକାରୀ ଦେଶ ହେବାକୁ ଯାଉଛି ।
ଏହାଛଡା ଆମର ଏରୋସ୍ପେସ୍ ଏବଂ ପ୍ରତିରକ୍ଷା ପାଇଁ ୮୫,୦୦୦ କୋଟି ଟଙ୍କା ଶିଳ୍ପ ରହିଛି । ଏଥିରେ ଘରୋଇ କ୍ଷେତ୍ରର ଅବଦାନ ୧୮,୦୦୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ଯାହା ଆଗାମୀ ଦିନରେ ଆହୁରି ବୃଦ୍ଧି ପାଇବ ବୋଲି ଆଶା ରହିଛି ଏବଂ ପ୍ରତିରକ୍ଷା କ୍ଷେତ୍ରରେ ଭାରତ ନିଜେ ସଦୃଢ ହେବା ସହିତ ଅନ୍ୟ ମାନଙ୍କ ପାଇଁ ମଧ୍ୟ ସହାୟକ ହେବାକୁ ଯାଉଛି ।