ବ୍ରିଟେନ୍: ଯଦି ଆମେ ଆଜିର ସମୟରେ ବିଶ୍ୱର ମହାଶକ୍ତି ଦେଶମାନଙ୍କ ବିଷୟରେ କହିବା ତେବେ ଆମେରିକା, ରୁଷିଆ, ଚୀନ, ଫ୍ରାନ୍ସ ଓ ଭାରତ ଭଳି ଦେଶର ନାମ ଆମ ମନକୁ ଆସିଥାଏ । କିନ୍ତୁ ଦେଶଗୁଡ଼ିକରେ ଦେଖାଯାଉଥିବା ଅର୍ଥନୈତିକ ଓ ରାଜନୈତିକ ପରିବର୍ତ୍ତନ ଅନୁଯାୟୀ କେଉଁ ଦେଶ ଦୀର୍ଘ ଦିନ ପର୍ଯ୍ୟନ୍ତ ମହାଶକ୍ତି ହୋଇ ରହିବ ତାହା କହିବା କଷ୍ଟକର। ଏବେ ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟାର ଏ ନେଇ ଏକ ଆନୁଷ୍ଠାନିକ ବୟାନ ଦେଇଛନ୍ତି। ବ୍ଲେୟାର କହିଛନ୍ତି ଯେ ୨୦୫୦ ସୁଦ୍ଧା ପୃଥିବୀରେ ମାତ୍ର ତିନୋଟି ମହାଶକ୍ତି ରହିବେ। ବ୍ଲେୟାରଙ୍କ କହିବା ଅନୁଯାୟୀ, ଏହି ତିନୋଟି ମହାଶକ୍ତି ହେଉଛି ଯୁକ୍ତରାଷ୍ଟ୍ର ଆମେରିକା, ଚୀନ୍ ଏବଂ ସମ୍ଭବତଃ ଭାରତ।
ଆମେରିକୀୟ ଥିଙ୍କଟ୍ୟାଙ୍କ ମିଲ୍କେନ୍ ଇନଷ୍ଟିଚ୍ୟୁଟ୍ର ବାର୍ଷିକ ଶିଖର ସମ୍ମିଳନୀରେ ପହଞ୍ଚିଥିବା ଟୋନି ବ୍ଲେୟାର ଆହୁରି କହିଛନ୍ତି ଯେ ବାକି ଦେଶଗୁଡ଼ିକୁ ଏହି ତିନି ଦେଶ ସହିତ ଉତ୍ତମ ସମ୍ପର୍କ ବଜାୟ ରଖିବାକୁ ପଡ଼ିବ, କାରଣ ଏହି ତିନି ଦେଶ ସବୁକିଛି ସ୍ଥିର କରିବାକୁ ଯାଉଛନ୍ତି।
ଭାରତ ବିଷୟରେ ଟନି ବ୍ଲେୟାର କହିଛନ୍ତି ଯେ ବିଶ୍ୱ ଅର୍ଥନୈତିକ ଫୋରମ, ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ମଧ୍ୟ ଆକଳନ କରିଛି ଯେ ଏହି ଦଶନ୍ଧି ଶେଷ ସୁଦ୍ଧା ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହେବ। ମହାକାଶ ବିଜ୍ଞାନ ହେଉ, ପ୍ରତିରକ୍ଷା କିମ୍ବା ଅର୍ଥନୀତି ସବୁ କ୍ଷେତ୍ରରେ ଭାରତ କିଛି ଦିନ ହେବ ଦ୍ରୁତଗତିରେ ଆଗକୁ ବଢ଼ୁଛି। ବିଶ୍ୱର ଅନେକ ବଡ଼ ବଡ଼ ଅନୁଷ୍ଠାନ ଭାରତର କାର୍ଯ୍ୟକୁ ସ୍ୱୀକାର କରିଛନ୍ତି। ଏହାବ୍ୟତୀତ ଉଭୟ ଆମେରିକା ଓ ରୁଷ୍ ସହ ଭାରତର ବହୁତ ଭଲ ସମ୍ପର୍କ ରହିଛି।
ମହାଶକ୍ତି ରାଷ୍ଟ୍ରମାନଙ୍କ ବିଷୟରେ ଟୋନି ବ୍ଲେୟାର କହିଛନ୍ତି ଯେ କେବଳ ଆମେରିକା ଏବଂ ଚୀନ୍ ଭାରତଠାରୁ ଆଗରେ ରହିବେ। ଉଭୟ ଦେଶ ପରସ୍ପରକୁ ଅପମାନିତ କରିବାର ଗୋଟିଏ ବି ସୁଯୋଗ ହାତଛଡ଼ା କରୁନାହାନ୍ତି। ଦୁହିଁଙ୍କ ମଧ୍ୟରେ ଜିଓପଲ କିଲ୍ ପ୍ରତିଦ୍ୱନ୍ଦ୍ୱିତା ଚରମ ସୀମାରେ ରହିଛି। ଅର୍ଥନୈତିକ ଓ ଶିଳ୍ପ ନୀତିକୁ ନେଇ ମଧ୍ୟ ଦୁଇ ଦେଶ ମଧ୍ୟରେ ଅନେକ ମତଭେଦ ରହିଛି। ଏହି କାରଣରୁ ଆମେରିକା ଚୀନ୍ ଉତ୍ପାଦ ଉପରେ ଏକ ଗୁଣିତ ଶୁଳ୍କ ଲାଗୁ କରିଛି। ଏହାବ୍ୟତୀତ ଅତ୍ୟାଧୁନିକ ସେମିକଣ୍ଡକ୍ଟର ଟେକ୍ନୋଲୋଜିକୁ ଚୀନକୁ ଯିବା ଉପରେ ରୋକ ଲଗାଯାଇଛି।
ଅଧିକ ପଢ଼ନ୍ତୁ: ଚୀନ୍ର ସୁପରମାର୍କେଟରେ ବଡ଼ଧରଣର ଛୁରାମାଡ଼