ନୂଆଦିଲ୍ଲୀ: ବୈଶ୍ୱିକ ରାଜନୈତିକ ଉତ୍ତେଜନା ମଧ୍ୟରେ ଭାରତ ବିକାଶ ମୋର୍ଚ୍ଚାରେ ନିଜର ଦମ ଦେଖାଇଛି । ମାର୍ଚ୍ଚ ତ୍ରୈମାସରେ ଦେଶର ସକଳ ଘରୋଇ ଉଦ୍ୟୋଗ(ଜିଡିପି) ୭.୮ ପ୍ରତିଶତ ଅଭିବୃଦ୍ଧି ହାରରେ ଗତି କରିଛି । ହେଲେ ଗତ ତ୍ରୈମାସ ତୁଳନାରେ ଅଭିବୃଦ୍ଧି ହାରରେ ହ୍ରାସ ଘଟିଛି । ଡିସେମ୍ବର ତ୍ରୈମାସରେ ଜିଡିପି ୮ ପ୍ରତିଶତ ରହିଥିଲା । ମାର୍ଚ୍ଚ ତ୍ରୈମାସରେ ଇରାନ ଓ ଆମେରିକା ମଧ୍ୟରେ ଲଢେଇର ପ୍ରଭାବ ଦେଖିବାକୁ ମିଳିଛି ।
ଆର୍ଥିକ ବର୍ଷ ୨୦୨୬ରେ ଦମଦାର ପ୍ରଦର୍ଶନ
ସରକାରୀ ତଥ୍ୟ ଅନୁସାରେ ଆର୍ଥିକ ବର୍ଷ ୨୦୨୫-୨୬ରେ ଜିଡିପି ଅଭିବୃଦ୍ଧିହାର ୭.୭ ପ୍ରତିଶତ ରହିଛି । ଏହା ଏକ ବର୍ଷ ପୂର୍ବ ତୁଳନାରେ ଉନ୍ନତ ପ୍ରଦର୍ଶନ ବୋଲି କୁହାଯାଉଛି । ଗୋଟିଏ ବର୍ଷ ପୂର୍ବେ ଆର୍ଥିକ ବର୍ଷ ୨୦୨୪-୨୫ରେ ଅଭିବୃଦ୍ଧି ହାର ୭.୧ ପ୍ରତିଶତ ରହିଥିଲା ।
ଜିଡିପିର ୩୨୩.୧୨ ଲକ୍ଷ କୋଟି ଟଙ୍କା ରହିବାର ଅନୁମାନ
ପରିସଂଖ୍ୟାନ ଏବଂ କାର୍ଯ୍ୟାଳୟ କାର୍ଯ୍ୟନ୍ୱୟନ ମନ୍ତ୍ରଣାଳୟ କହିଛି ଯେ, ଆର୍ଥିକ ବର୍ଷ ୨୦୨୫-୨୬ରେ ଜିଡିପିର ଆକାର ୩୨୩.୧୨ ଲକ୍ଷ କୋଟି ଟଙ୍କା ରହିବ ବୋଲି ଅନୁମାନ କରାଯାଉଛି, ଯାହା ପୂର୍ବେ ସଂଶୋଧିତ ଅନୁମାନ ୨୯୯.୮୯ ଲକ୍ଷ କୋଟି ଟଙ୍କାରୁ ଅଧିକ ହେବ । ଅନ୍ୟପଟେ ଚଳିତ ଆର୍ଥିକ ବର୍ଷରେ ଜିଡିପିର ଆକାର ୨୦୨୫-୨୬ରେ ୩୪୬.୩୬ ଲକ୍ଷ କୋଟି ଟଙ୍କା ରହିବ ବୋଲି ଅନୁମାନ କରାଯାଉଛି, ଯାହା ୨୦୨୪-୨୫ର ୩୧୮.୦୭ ଲକ୍ଷ କୋଟି ଟଙ୍କା ତୁଳନାରେ ୮.୭ ପ୍ରତିଶତ ଦର୍ଶାଯାଇଛି ।
ରିଜର୍ଭ ବ୍ୟାଙ୍କର ଅନୁମାନ
ଏହା ମଧ୍ୟରେ ରିଜର୍ଭ ବ୍ୟାଙ୍କ ବୈଶ୍ୱିକ ଅନିଶ୍ଚିତତା ଓ ଅଶୋଧିତ ତୈଳର ଉଚ୍ଚ ମୂଲ୍ୟକୁ ଦେଖି ଚଳିତ ଆର୍ଥିକ ବର୍ଷ ପାଇଁ ଜିଡିପି ଅଭିବୃଦ୍ଧି ଅନୁମାନ ହ୍ରାସ କରାଯାଇ ୬.୬ ପ୍ରତିଶତ କରାଯାଇଛି । ପ୍ରଥମେ ଏହା ୬.୯ ପ୍ରତିଶତ ରହିବ ବୋଲି ଅନୁମାନ କରାଯାଉଥିଲା ।