ଦେଶରେ ଜାରି ରହିଛି କରୋନା ଆତଙ୍କ, ଗତ 24 ଘଣ୍ଟା ମଧ୍ୟରେ 61,537 ନୂତନ କରୋନା ରୋଗୀ ଚିହ୍ନଟ 933 ଜଣଙ୍କର ମୃତ୍ୟୁ
Khabar Odisha:India-reports-single-day-spike-of-61537-COVID19-cases--933-deaths-in-the-last-24-hours
ନୂଆଦିଲ୍ଲୀ, ଅଗଷ୍ଟ ୦୮ (ଖବର ଓଡ଼ିଶା):

ଭାରତ ସମେତ ବିଶ୍ୱର ଅନେକ ଦେଶ ମହାମାରୀ କରୋନା ଭାଇରସ ସହିତ ସଂଘର୍ଷ ଜାରି ରଖିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଶନିବାର ପ୍ରକାଶିତ ତଥ୍ୟ ଅନୁଯାୟୀ, ଗତ 24 ଘଣ୍ଟା ମଧ୍ୟରେ ଦେଶରେ 61,537 ଜଣ ନୂତନ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ଏହି ସମୟ ମଧ୍ୟରେ 933 ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ସାରା ଦେଶରେ ବର୍ତ୍ତମାନ ସୁଦ୍ଧା COVID19 ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବର୍ତ୍ତମାନ 20,88,612 କୁ ବୃଦ୍ଧି ପାଇଛି | ବର୍ତ୍ତମାନ 6,19,088 ସକ୍ରିୟ ମାମଲା ଥିବାବେଳେ 14,27,006 ରୋଗୀ ସୁସ୍ଥ ହୋଇଛନ୍ତି । ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ 42,518 ଜଣ ଲୋକ କରୋନାରେ ମୃତ୍ୟୁ ବରଣ କରିସାରିଲେଣି ।

ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟର ତଥ୍ୟ ଅନୁଯାୟୀ, ସାରା ବିଶ୍ୱରେ କରୋନାଭାଇରସ୍-ପଜିଟିଭ୍ ରୋଗ ସଂଖ୍ୟା 1 କୋଟି 92 ଲକ୍ଷ 95 ହଜାର ଅତିକ୍ରମ କରିଛି। ଏଥିସହ ମୃତ୍ୟୁସଂଖ୍ୟା 7 ଲକ୍ଷ 19 ହଜାରରୁ ଅଧିକ ହୋଇଛି।

  • Tags:

Subscribe

National International State Sports Entertainment