ଗୁଜୁରାଟରେ ବିଜେପିର ସଫଳତା, ୬ଟି ମଧ୍ୟରୁ ବିଜେପି ହାତକୁ ଆସିଲା ୫ଟି ପୌର ନିଗମ
Khabar Odisha:In-Gujarat-the-BJP-has-won-five-of-the-four-municipal-corporations
ଭୁବନେଶ୍ବର, ଫେବୃଆରୀ ୨୩ (ଖବର ଓଡ଼ିଶା):

ଗୁଜୁରାଟ ପୌର ନିର୍ବାଚନରେ ଶାସକ ବିଜେପି ଉଲ୍ଲେଖନୀୟ ସଫଳତା ସାଉଁଣ୍ଟିଛି । ନିର୍ବାଚନ ହୋଇଥିବା ୬ଟି ପୌରନିଗମ ମଧ୍ୟରୁ ବିଜେପି ୫ଟି ପୌର ନିଗମରେ ବିଜୟ ହାସଲ କରିଛି । ବିଜେପି ଜିତିଥିବା ୫ଟି ପୌର ନିଗମ ହେଲା ଜାମନଗର, ଅହମଦାବାଦ, ଭାବନଗର, ଭଦୋଦରା ଓ ରାଜକୋଟ ।

ସୁରତରେ ମଧ୍ୟ ବିଜେପି ଆଗୁଆ ଅଛି । ସୁରତ ନଗର ନିଗମରେ ବିଜେପି ୯୩ଟି ଆସନ ଜିତିଥିବାବେଳେ ଆମ ଆଦମୀ ପାର୍ଟିର ଆସନ ସଂଖ୍ୟା ୨୭ରେ ପହଞ୍ଚିଛି ଓ କଂଗ୍ରେସ ଖାତା ଖୋଲିପାରିନାହିଁ । ଫଳରେ ସୁରତରେ ବିଜେପି ଜିତିବା ଏକରକମ ନିଶ୍ଚିତ ହୋଇଯାଇଛି ।

ଗୁଜୁରାଟରେ ଗତ ୨୧ ତାରିଖରେ ଏହି ୬ଟି ପୌର ନିଗମ ପାଇଁ ନିର୍ବାଚନ ହୋଇଥିଲା । ଏହି ୬ଟି ନଗର ନିଗମର ୧୪୪ଟି ଓ୍ବାର୍ଡରେ ଥିବା ମୋଟ ୫୭୬ଟି ଆସନ ପାଇଁ ଭୋଟ ଗ୍ରହଣ ହୋଇଥିଲା । ମିଳିଥିବା ସର୍ବଶେଷ ଖବର ଅନୁସାରେ ଏହି ୫୭୬ଟି ଆସନରୁ ବିଜେପି ୩୩୧ଟି ଆସନରେ ବିଜୟ ହାସଲ କରିସାରିଛି ଓ ଆଉ କେତେକ ଆସନରେ ଆଗୁଆ ରହିଛି ।

ଏହି ବିଜୟରେ ଆନନ୍ଦ ପ୍ରକାଶ କରି ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନି କହିଛନ୍ତି ଯେ ଏହି ନିର୍ବାଚନ ଫଳାଫଳ ପ୍ରମାଣ କରୁଛି ଯେ ଗୁଜୁରାଟ ହେଉଛି ବିଜେପିର ଦୁର୍ଗ । ନିଗମ ନିର୍ବାଚନ ପରେ ରାଜ୍ୟର ଅନ୍ୟ ମୁନିସିପାଲିଟି ଓ ପଞ୍ଚାୟତ ପାଇଁ ନିର୍ବାଚନ ହେବ ।

  • Tags:

Subscribe

National International State Sports Entertainment