ମଝି ସମୁଦ୍ରରେ ଏକ ବଡ ଧରଣର ଉଦ୍ଧାର କାର୍ଯ୍ୟ କରି ଜଣେ ନାବିକଙ୍କ ଜୀବନ ରକ୍ଷା କରିଛି ଭାରତୀୟ ତଟରକ୍ଷୀ ବାହିନୀ। ଭାରତ-ମିଆଁମାର ସୀମାରେ ମର୍ଚ୍ଚେଣ୍ଟ ନେଭିର ଏକ ଜାହାଜରେ ଜଣେ ଅଧିକାରୀ ଗୁରୁତର ଅସୁସ୍ଥ ହୋଇପଡିବାରୁ ତୁରନ୍ତ ତାଙ୍କୁ ଏୟାରଲିଫ୍ଟ କରାଯାଇ ଭୁବନେଶ୍ବର ଅଣାଯାଇଛି। ଭୁବନେଶ୍ୱର ବିମାନବନ୍ଦରରେ ମୁତୟନ କୋଷ୍ଟଗାର୍ଡର ଅତ୍ୟାଧୁନିକ ହାଲୁକା ହେଲିକପ୍ଟରରେ ଏହି ଉଦ୍ଧାର କାର୍ଯ୍ୟ ହୋଇଛି। ଉଦ୍ଧାର କାମରେ ପ୍ରଥମ ଥର ଲାଗି ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ହେଲିକପ୍ଟରର ବ୍ୟବହାର କରାଯାଇଛି । ରାସାୟନିକ ପଦାର୍ଥରେ ଭର୍ତ୍ତି ଜାହାଜ ଭିତରେ ଥିବାବେଳେ, ଥାନ୍ ହିକେ ୱିଣ୍ଡଲାସ ହାଇଡ୍ରୋକ୍ୟୁଲିକ ତେଲ ସଂପର୍କରେ ଆସିଥିଲେ। ପରେ ତଳି ପେଟରେ ପ୍ରବଳ ଯନ୍ତ୍ରଣା ହେବା ସହ ଗୁରୁତର ଅସୁସ୍ଥ ହୋଇପଡିଥିଲେ। ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅସୁସ୍ଥ କର୍ମଚାରୀ ଜଣକ ହେଲେ ମିଆଁମାରର ଥାନ୍ ହିକେ ଲିଉନ୍।