ନୂଆଦିଲ୍ଲୀ: ସିବିଏସଇର ନୂଆ ଡିଜିଟାଲ୍ ଚେକିଂ ସିଷ୍ଟମ ଅର୍ଥାତ ଅନ ସ୍କ୍ରିନ ମାର୍କିଂ(ଓଏସଏମ)କୁ ନେଇ ସମଗ୍ର ଦେଶରେ ବବାଲ ପରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ବଡ ବୟାନ ସାମ୍ନାକୁ ଆସିଛି । ଶିକ୍ଷା ମନ୍ତ୍ରୀ ଏହି ପୂରା ବିବାଦର ନୈତିକ ଦାୟିତ୍ୱ ନେଇ ଛାତ୍ରଙ୍କୁ ଭରସା ଦେଇଛନ୍ତି ଯେ, ଏହି ଅନିୟମିତତାରେ ସଂପୃକ୍ତ କୌଣସି ଦୋଷୀଙ୍କୁ ଛଡା ଯିବ ନାହିଁ । ସେ ରାହୁଲ ଗାନ୍ଧୀଙ୍କ ଅଭିଯୋଗ ଉପରେ ମଧ୍ୟ ଜବାବ ଦେଇଛନ୍ତି । ଏହା ପୂର୍ବରୁ ଗୁରୁବାର ଶିକ୍ଷା ମନ୍ତ୍ରୀ ଅଧିକାରୀଙ୍କ ସହିତ ଉଚ୍ଚସ୍ତରୀୟ ବୈଠକ ମଧ୍ୟ କରିଛନ୍ତି ।
ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଦେଇ ଶିକ୍ଷା ମନ୍ତ୍ରୀ କହିଛନ୍ତି, ଓଏସଏମ ପ୍ରଣାଳୀରେ ଯାହା ବି ତ୍ରୁଟି ସାମ୍ନାକୁ ଆସିଛି, ତାହାର ସେ ସଂପୂର୍ଣ୍ଣ ଦାୟିତ୍ୱ ନେଉଛନ୍ତି । ସେ କହିଛନ୍ତି, ସିବିଏସଇ ପ୍ରଥମ ଥର ଏହି ପ୍ରୟୋଗ କରିଥିଲା । ସେଥିରେ କିଛି ବିସଙ୍ଗତି ଦେଖା ଦେଇଥିଲା । ମୁଁ ଏହାର ଦାୟିତ୍ୱ ନେଉଛି । ଏହାକୁ ପୂରା ଠିକ୍ କରାଯିବ ଏବଂ ସମାଧାନ ପାଇଁ ଉପାୟ ବାହାର କରାଯିବ । ଆମେ ଜଣେ ବି ବିଦ୍ୟାର୍ଥୀଙ୍କ ଜିଜ୍ଞାସାକୁ ଅସାମାହିତ ଭାବେ ଛାଡି ପାରିବୁ ନାହିଁ । ସେ ଏହା ମଧ୍ୟ କହିଛନ୍ତି, ଏହାକୁ ପାରଦର୍ଶିତା ସହିତ ଗୁଣବତ୍ତା ବଜାୟ ରଖିବା ସବୁଠୁ ବଡ ପ୍ରସଙ୍ଗ ।
ଏହି ସମୟରେ ଶିକ୍ଷା ମନ୍ତ୍ରୀ ଓଏସଏମ ସିଷ୍ଟମ ସପକ୍ଷରେ ମଧ୍ୟ ଯୁକ୍ତି ବାଢିଛନ୍ତି । ସେ ତଥ୍ୟ ଦେଇ କହିଛନ୍ତି, ସିବିଏସଇ ଦ୍ୱାଦଶ ପରୀକ୍ଷାକୁ ନେଇ ଯେଉଁ ପ୍ରସଙ୍ଗ ସାମ୍ନାକୁ ଆସିଛି, ଏହାର ମୂଲ୍ୟାଙ୍କନ ଆରମ୍ଭ ହୋଇ ଯାଇଛି । ୧୭ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେଥିରେ ପ୍ରତ୍ୟେକଙ୍କ ୯୮ ଲକ୍ଷ ଉତ୍ତର ପୁସ୍ତିକା ସୁରକ୍ଷିତ ରଖାଯାଇଥିଲା । ପ୍ରତିଟି କପରେ ପ୍ରାୟ ୪୦ ପୃଷ୍ଠା ରହିଥାଏ । ଏଥିପାଇଁ ମୋଟ୍ ପ୍ରାୟ ୪୦ କୋଟି ପୃଷ୍ଠାକୁ ସ୍କାନ କରାଯାଇଛି । ସିବିଏସଇ ପ୍ରଥମ ଥର ଏହି ସ୍କାନ ସିଷ୍ଟମ ଲାଗୁ କରିଛି । ଓଏସଏମ ଏକ ଅତ୍ୟାଧୁନିକ ସିଷ୍ଟମ । ଭାରତ ଓ ଦୁନିଆର ସମସ୍ତ ଶିକ୍ଷାନୁଷ୍ଠାନ ଏହାକୁ ଲାଗୁ କରିବା ପାଇଁ ଆଗକୁ ବଢୁଛନ୍ତି ।
Also Read: ୪ ରାଜ୍ୟରେ ବିଜେପି ସଭାପତି ନିଯୁକ୍ତ, ହରିୟାଣାର ମଙ୍ଗ ଧରିବେ ମହିଳା ନେତୃତ୍ୱ