ଜାତୀୟ ପ୍ରତିରକ୍ଷା ଏକାଡେମୀର କମାଣ୍ଡାଣ୍ଟ ଭାବେ ନିଯୁକ୍ତି ଗ୍ରହଣ କଲେ ଗୁରୁଚରଣ ସିଂହ । ପୂର୍ବରୁ ଭାଇସ୍ ଆଡମିରାଲ ଭାବେ କାର୍ଯ୍ୟରତ ଥିଲେ । ଶନିବାର ପୁଣେର ଭାଇସ୍ ଆଡମିରାଲ ଅଜୟ କୋଚରଙ୍କ ଠାରୁ ଗୁରୁଚରଣ ସିଂହ ଜାତୀୟ ପ୍ରତିରକ୍ଷା ଏକାଡେମୀର କମାଣ୍ଡାଣ୍ଟ ଭାବେ ନିଯୁକ୍ତି ଗ୍ରହଣ କରିଛନ୍ତି।
ନ୍ୟାସନାଲ ଡିଫେନ୍ସ ଏକାଡେମୀରୁ ଉତ୍ତୀର୍ଣ୍ଣ ହୋଇ ୧୯୯୦ ଜୁଲାଇ ପହିଲାରେ ଭାରତୀୟ ନୌସେନାରେ ଯୋଗ ଦେଇଥିଲେ। ଭାଇସ୍ ଆଡମିରାଲ ଏବଂ କ୍ଷେପଣାସ୍ତ୍ର ବିଶେଷଜ୍ଞ ଭାବରେ ଭାରତୀୟ ନୌସେନା ଜାହାଜ ରଞ୍ଜିତ ଏବଂ ପ୍ରହରରେ କାର୍ଯ୍ୟ କରିଛନ୍ତି। ଏଥିସହ ବିଭିନ୍ନ ସ୍ଥାନରେ ଆଇଏନଏସ ବ୍ରହ୍ମପୁତ୍ର, ଆଇଏନଏସ ଶିବାଲିକ ଏବଂ ଆଇଏନଏସ କୋଚି ଭଳି ତିନୋଟି ଭାରତ ନିର୍ମିତ ଯୁଦ୍ଧ ଜାହାଜର ଅଂଶ ହେବାର ଗୌରବ ଅର୍ଜନ କରିଛନ୍ତି। ତାଙ୍କର ଏଭଳି ସଫଳପୂର୍ବକ କାର୍ଯ୍ୟ ପାଇଁ ତାଙ୍କୁ ଜାତୀୟ ପ୍ରତିରକ୍ଷା ଏକାଡେମୀର କମାଣ୍ଡାଣ୍ଟ ଭାବେ ନିଯୁକ୍ତି ଦିଆଯାଇଛି ।