ଓଡିଶା ସୀମାନ୍ତ ଛତିଶଗଡ଼ର ସୁକମା ଏବଂ ନାରାୟଣପୁର ଜିଲ୍ଲାରେ ପୋଲିସ ସହ ନକ୍ସଲଙ୍କ ଗୁଳିବିନିମୟରେ ୩୦ ଜଣ ନକ୍ସଲ ମୃତ୍ୟୁବରଣ କରିଥିବା ବେଳେ ବିପୁଳ ପରିମାଣରେ ବିସ୍ଫୋରକ ଓ ମାଓ ସାମଗ୍ରୀ ଜବତ କରାଯାଇଛି ।
ବିଶେଷ ସୂତ୍ରରୁ ଖବର ପାଇ ସୁକମା ଓ ବିଜାପୁର ଜିଲ୍ଲାର ସୀମାବର୍ତ୍ତି ଅଂଚଳର ମରକାଗୁଡା, ଇରାପଲ୍ଲୀ, ବଟେତଙ୍ଗ, ମଟ୍ଟାଗୁଡ଼େମ ଭଳି ଗ୍ରାମ ନିକଟସ୍ଥ ଜଙ୍ଗଲରେ ଡ଼ିଆରଜି, ବସ୍ତର ଫାଇଟର୍ସ, ଜିଲ୍ଲା ପୋଲିସ ମିଳିତ ସର୍ଚ୍ଚ ଅପେରସନ କରୁଥିବା ବେଳେ ନକ୍ସଲ ସହ ମୁଁହାମୁହିଁ ହୋଇଥିଲେ। ସକାଳ ୭ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ରହି ରହି ଗୁଳିବିନିମୟ ଜାରି ହୋଇଥିଲା।
ନାରାୟଣପୁର ଜିଲ୍ଲାର ଆବୁଝମାଡ଼ ଜଙ୍ଗଲରେ ମଧ୍ୟ ନକ୍ସଲ ପୋଲିସ ମଧ୍ୟରେ ଗୁଳିବିନିମୟ ଘଟିଥିଲା। ଏହି ଗୁଳିବିନିମୟର ଦନ୍ତେୱାଡ଼ା ପୁଲିସ ମଧ୍ୟ ସାମିଲ ଥିଲା। ଦୀର୍ଘ ସମୟ ଧରି ଗୁଳିବିନିମୟ ପରେ ଯବାନ ସର୍ଚ୍ଚ ଅପେରସନ ବେଳେ ୧୪ ଜଣ ନକ୍ସଲଙ୍କ ଶବ ଉଦ୍ଧାର କରାଯାଇଛି। କିନ୍ତୁ ମୃତକଙ୍କ ସଂଖ୍ୟା ୩୦ ବୋଲି ସୂଚନା ରହିଛି ।