ଗୁଜୁରାଟ ରେ ନିଜେ ନିଜର ରେକର୍ଡ ଭାଙ୍ଗିଲେ ଭୁପେନ୍ଦ୍ର ପଟେଲ | ବିଜୟ ବ୍ୟବଧାନରେ ରେକର୍ଡ ସୃଷ୍ଟି କରି ନିଜେ ନିଜର ରେକର୍ଡ ଭାଙ୍ଗିଲେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ରେ ପଟେଲ । ଭୂପେନ୍ଦ୍ର ଘାଟଲୋଡିଆ ଆସନରୁ ନିର୍ଵାଚନ ଲଢ଼ି ଏହି ରେକର୍ଡ କରିଛନ୍ତି । ସେ ତାଙ୍କ ନିକଟତମ କଂଗ୍ରେସ ପ୍ରତିଦ୍ୱନ୍ଦ୍ୱିଙ୍କୁ ୧ ଲକ୍ଷ ୯୧ ହଜାର ୩୬୦ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି । ଭୂପେନ୍ଦ୍ର ପଟେଲ ଙ୍କୁ ମିଳିଛି ମୋଟ ୨ ଲକ୍ଷ ୧୨ ହଜାର ୪୮୦ ଭୋଟ । କଂଗ୍ରେସ ପ୍ରାର୍ଥୀଙ୍କୁ ମିଳିଛି ମାତ୍ର ୨୧, ୧୨୦ ଖଣ୍ଡ ଭୋଟ । ଗୁଜରାଟରେ ବିଜେପି ବଡ ବିଜୟ ଲକ୍ଷ୍ୟରେ ଆଗେଇ ଚାଲିଛି । ଦଳ ୧୫୦ରୁ ଅଧିକ ସିଟ ଜିତିବାର ନଜର ଆସୁଛି । ୧୯୬୨ ମସିହାରେ ଗୁଜରାଟରେ ପ୍ରଥମ ବିଧାନସଭା ନିର୍ବାଚନ ହୋଇଥିଲା । ଏହାପରେ କୌଣସି ଦଳର ଏହା ସବୁଠାରୁ ବଡ ବିଜୟ । ଏହାପରେ ୧୯୮୫ ମସିହାରେ କଂଗ୍ରେସ ୧୪୯ ସିଟରେ ବିଜୟୀ ହୋଇଥିଲା । ଭୂପେନ୍ଦ୍ରଙ୍କ ଶପଥ ଉତ୍ସବକୁ ମଧ୍ୟ ଐତିହାସିକ ଶପଥ ଉତ୍ସବ କରିବାକୁ ପ୍ରସ୍ତୁତ କରିଛି ବିଜେପି | ଗୁଜରାଟରେ ଏହି ଐତିହାସିକ ବିଜୟ ପରେ ଭୂପେନ୍ଦ୍ର ପଟେଲ ଡିସେମ୍ବର ୧୨ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଶପଥ ଗ୍ରହଣ ଉତ୍ସବ ରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି |
ପ୍ରାରମ୍ଭିକ ଟ୍ରେଣ୍ଡ୍ ଅନୁସାରେ, ଗୁଜରାଟରେ ୧୮୨ ଆସନରୁ ବିଜେପି ୧୫୮ ଆସନରେ ଆଗୁଆ ଥିବାବେଳେ କଂଗ୍ରେସ ୧୫, ଆପ୍ ୦୫ ଓ ଅନ୍ୟାନ୍ୟ ପାର୍ଟି ୦୪ ସିଟ୍ରେ ଆଗୁଆ ରହିଛି।
ସୂଚନାଥାଉ କି, ଦୀର୍ଘ ୨୭ ବର୍ଷ ଧରି ଗୁଜରାଟରେ ବିଜେପି କ୍ଷମତାରେ ଅଛି। ୧୯୯୫ରେ ପ୍ରଥମ ଥର ପାଇଁ ଗୁଜରାଟରେ ଦଳ କ୍ଷମତାକୁ ଆସିଥିଲା। ୧୯୯୫ରେ କେଶୁଭାଇ ପଟେଲ ମୁଖ୍ୟମନ୍ତ୍ରୀ ହୋଇଥିଲେ। ୨୦୦୧ରୁ ନରେନ୍ଦ୍ର ମୋଦି ଗୁଜରାଟରେ ମୁଖ୍ୟମନ୍ତ୍ରୀ ହୋଇଥିଲେ। ୨୦୦୧ରୁ ୨୦୧୪ ଯାଏ ମୋଦି ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ। ୨୦୧୪ ପର ଠାରୁ ଗୁଜରାଟରେ ୩ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ହୋଇଛନ୍ତି। ଗତ ୨ଟି ଯାକ ଶାସନକାଳ ମଝିରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ କରିଛି ବିଜେପି।