ବୁଧବାର ଚାରି ହାର୍ଡକୋର୍ ମାଓବାଦୀ ପୋଲିସ୍ ନିକଟରେ ଆତ୍ମସମର୍ପଣ କରିଛନ୍ତି । ସୀମାନ୍ତ ଛତିଶଗଡ଼ କୋଣ୍ଡାଗାଁ ଜିଲାରେ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି। ସେମାନେ ଦୀର୍ଘଦିନ ଧରି ଓଡ଼ିଶା ଛତିଶଗଡ଼ ସୀମାରେ ସକ୍ରିୟ ଥିଲେ। ଘଟିଥିବା ବିଭିନ୍ନ ମାଓ ହିଂସା ରେ ଏମାନେ ଲିପ୍ତ ଥିଲେ। ସମସ୍ତ ମାଓବାଦୀଙ୍କ ନାଁରେ ୨୨ ଲକ୍ଷର ପୁରସ୍କାର ରାଶି ଥିଲା। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କୁ ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରାଯିବ ବୋଲି ଆଇଜି ପ୍ରକାଶ କରିଛନ୍ତି।