ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ହସପିଟାଲରେ ଭର୍ତ୍ତି ହେଲେ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବ
Khabar Odisha:Former-Uttar-Pradesh-Chief-Minister-Mulayam-Singh-Yadav-admitted-to-Medanta-Hospital-in-Lucknow
ଲକ୍ଷ୍ନୌ, ଅଗଷ୍ଟ ୦୮ (ଖବର ଓଡ଼ିଶା):

ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ମେଡିକାଲରେ ଭର୍ତ୍ତି ହେଲେ ବରିଷ୍ଠ ସମାଜବାଦୀ ପାର୍ଟି (ଏସପି) ନେତା ତଥା ବର୍ତ୍ତମାନ ଦଳର ମାର୍ଗଦର୍ଶକ ଥିବା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବ । ମୂତ୍ରାଶୟ ସଂକ୍ରମଣ ପରେ ମୁଲାୟମଙ୍କୁ ଗୁରୁବାର ବିଳମ୍ବିତ ରାତିରେ ଲକ୍ଷ୍ନୌର ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଏସପି ସଭାପତି ତଥା ମୁଲାୟମଙ୍କ ପୁଅ ଅଖିଳେଶ ଯାଦବ ଏବଂ ତାଙ୍କ ପତ୍ନୀ ଡିମ୍ପଲ ଶୁକ୍ରବାର ରାତିରେ ଡାକ୍ତରଖାନା ଯାଇ ମୁଲାୟମଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି । ମେଦାନ୍ତ ହସପିଟାଲର ନିର୍ଦ୍ଦେଶକ ଡଃ ରାକେଶ କପୁର ଶନିବାର କହିଛନ୍ତି ଯେ ସଂକ୍ରମଣ ସମସ୍ୟା ଦେଖାଯିବା ପରେ ଗୁରୁବାର ବିଳମ୍ବିତ ରାତି ପ୍ରାୟ 12.30 ସମୟରେ ମୁଲାୟମ ଯାଦବଙ୍କୁ ଡାକ୍ତରଖାନାକୁ ଅଣାଯାଇଥିଲା । ପ୍ରଥମେ ତାଙ୍କ କରୋନା ପରୀକ୍ଷଣ କରାଯାଇଥିଲା ଯାହାର ରିପୋର୍ଟ ନେଗେଟିଭ ଆସିଛି ।

ତାଙ୍କ ଚିତ୍କିସା ପାଇଁ ମେଦାନ୍ତ ହସପିଟାଲ ପକ୍ଷରୁ ଏକ ଡାକ୍ତରୀ ଟିମ ଗଠନ କରାଯାଇଛି ଏବଂ ବର୍ତ୍ତମାନ ତାଙ୍କ ଅବସ୍ଥା ସ୍ଥିର ରହିଛି । ତାଙ୍କର ଅଲଟ୍ରାସାଉଣ୍ଡ ଏବଂ ରକ୍ତ ଏବଂ ପରିସ୍ରା ପରୀକ୍ଷା କରାଯାଉଛି ।

  • Tags:

Subscribe

National International State Sports Entertainment