ଲଗାଣ ବର୍ଷାରେ ଭିଜୁଛି ଉତ୍ତର ପ୍ରଦେଶ। ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ନଦୀଗୁଡ଼ିକରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ପ୍ରାୟ ୧୫୭୧ ଗାଁ ଏହି ବନ୍ୟାରେ ପ୍ରଭାବିତ ହୋଇଛନ୍ତି। ବନ୍ୟା ଯୋଗୁ ପ୍ରାୟତଃ ୧୪.୮୦ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ବେଳେ ୫ ଲକ୍ଷରୁ ଅଧିକ ସମ୍ପତ୍ତି ନଷ୍ଟ ହୋଇଛି। ସେହିପରି ପ୍ରାୟ ୩.୧୯ ଲକ୍ଷ ଚାଷ ଜମିରେ ପାଣି ପଶିବା ଯୋଗୁ ସେହିଗୁଡିକ ନଷ୍ଟ ହୋଇଯାଇଛି । ତେବେ ବନ୍ୟା ଯୋଗୁ ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି ଉତ୍ତର ପ୍ରଦେଶବାସି। ତେଣୁ ଲୋକଙ୍କୁ ସହାୟତା ପଠାଇବା ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଡ୍ରୋନର ବ୍ୟବସ୍ଥା କରିଛନ୍ତି। ଡ୍ରୋନ ମାଧ୍ୟମରେ ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ସ୍ଥାନାନ୍ତର କରାଯିବା ସହିତ ରିଲିଫ ମଧ୍ୟ ବଣ୍ଟନ କରାଯାଇଛି।