ଖବର ଓଡିଶା : 01/02/2023
ଆସିଲା 2023-24 ବର୍ଷ ଲାଗି ସଂସଦରେ ସାଧାରଣ ବଜେଟ | ବଜେଟ ଉପସ୍ଥାପନା କଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳ ସୀତାରାମଣ | ଲୋକସଭାରେ ବଜେଟ ଉପସ୍ଥାପନା କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳ ସୀତାରାମଣ | ସରକାରଙ୍କ ପଦକ୍ଷେପ ସମ୍ପର୍କରେ ସବିଶେଷ ତଥ୍ୟର ସୂଚନା ଦେଲେ ଅର୍ଥମନ୍ତ୍ରୀ | ସୂଚନା ଅନୁସାରେ :-
-କରୋନା କାରଣରୁ ବିଶ୍ୱର ଅର୍ଥନୀତିର ଗତି କମିଛି | ମାହମାରି ପରେ ଦେଶର ଅର୍ଥନୀତିକୁ ଆଗକୁ ନେବାକୁ କାମ ହୋଇଛି | ମହାମାରୀର ସଫଳ ଏବଂ ଦୃଢତାର ସହ ମୁକାବିଲା କରିଛି ଦେଶ | ସାରାଦେଶରେ ଟୀକାକରଣ ପ୍ରୋଆକ୍ଟିଭ ମୋଡ଼ରେ କରାଯାଇଛି | 120 କୋଟି ଲୋକଙ୍କୁ 220 କୋଟି ଡୋଜ ଟୀକା ଦିଆଯାଇଛି | ସବକା ସାଥ ସବକା ପ୍ରୟାସରେ କାମ ହୋଇଛି | ଏବେ କିନ୍ତୁ ସଠିକ ଦିଶାରେ ରହିଛି ଭାରତର ଅର୍ଥନୀତି | ବିକାଶ ପଥରେ ରହିଛି ଅର୍ଥନୀତି |
-ଆଉ ବର୍ଷେ ଯାଏଁ ମାଗଣା ଅନ୍ନ ଯୋଜନା କରାଯାଇଛି | ସମାଜର ସବୁ ବର୍ଗଙ୍କୁ ଗୁରୁତ୍ୱ ଦିଆଯାଉଛି | 28 ମାସ ଯାଏଁ 80ହଜାର ଲୋକଙ୍କୁ ମାଗଣା ରାସନ ଯୋଗାଇ ଦିଆଯାଉଛି | ଅନ୍ୟପଟେ ପିଏମ ସୁରକ୍ଷା ଯୋଜନାରେ ଲାଭ ପାଉଛନ୍ତି ଦେଶର 44 କୋଟି ଜନତା | ପ୍ରତି ବ୍ୟକ୍ତିର ମୁଣ୍ଡପିଛା ଆୟ 2ଗୁଣ ବଢି 1.97 ଲକ୍ଷରେ ପହଞ୍ଚିଛି |
-ଚଳିତ ବର୍ଷରେ ଆର୍ଥିକ ଅଭିବୃଦ୍ଧି ହାର 7% ଆକଳନ କରାଯାଇଛି | ସାରା ବିଶ୍ୱରେ ଭାରତ ପଞ୍ଚମ ବୃହତମ ଅର୍ଥନୀତି ହୋଇପାରିଛି | 9.6 କୋଟି ଏଲପିଜି କନେକ୍ସନ ଦିଆଯାଇଛି | 47 କୋଟି ପ୍ରଧାନମନ୍ତ୍ରୀ ଜନଧନ ଆକାଉଣ୍ଟ ଖୋଲାଯାଇଛି |