ଲିଙ୍ଗ ପରୀକ୍ଷା କରିବା କିମ୍ବା ଭ୍ରୁଣ ମାରିବା ହେଉଛି ଏକ ବଡ ଅପରାଧ। ତେବେ ସେହିଭଳି ଚଳନ୍ତା କାର୍ରେ ଗର୍ଭବତୀଙ୍କ ଭ୍ରୁଣ ପରୀକ୍ଷା ହେଉଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା। କାର୍ ଭିତରେ ପୋର୍ଟେବୁଲ ଅଲ୍ଟ୍ରାସାଉଣ୍ଡ ମେସିନ୍ ଲଗାଇ ଗର୍ଭବତୀଙ୍କ ଭ୍ରୁଣ ଯାଞ୍ଚ କରାଯାଇଥିଲା। ତେବେ ଏହି ଭ୍ରୁଣ ପରୀକ୍ଷା କରୁଥିବା ରାକେଟ୍ର ପର୍ଦ୍ଦାଫାଶ କରିବା ସହ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ଏଭଳି ଅଭାବନୀୟ ଘଟଣା ଉତ୍ତରପ୍ରଦେଶର ମେରଠରେ ଘଟିଛି।
ସୂଚନା ମୁତାବକ , ଉତ୍ତରପ୍ରଦେଶର ମେରଠରେ କିଛି ଦୁର୍ବୃତ୍ତ କାର୍ ଭିତରେ ପୋର୍ଟେବୁଲ ଅଲ୍ଟ୍ରାସାଉଣ୍ଡ ମେସିନ୍ ଲଗାଇ ଭ୍ରୁଣ ପରୀକ୍ଷା କରୁଥିଲେ। ଭ୍ରୁଣ ପରୀକ୍ଷା କରୁଥିବା ରାକେଟ୍ର ପର୍ଦ୍ଦାଫାଶ କରିବା ସହ ଏହି ମାମଲାରେ ପୋଲିସ ୩ ଜଣଙ୍କୁ ଗିରଫ କରିଛି। ତେବେ କ୍ରମାଗତ ଭାବେ ଏହି ରାକେଟ୍ ନିଜର ଅପରାଧ ଘଟାଇ ଚାଲିଥିଲା। ଅଭିଯୁକ୍ତମାନେ ଉତ୍ତରପ୍ରଦେଶରେ ନିଜ ସହଯୋଗୀମାନଙ୍କ ସହ ମିଶି ଭ୍ରୁଣ ପରୀକ୍ଷା ରାକେଟ ଚଳାଉଥିଲେ। ତେବେ ଏ ନେଇ ପୋଲିସ ନିକଟରେ ଅଭିଯୋଗ ହେବା ପରେ ଏ ନେଇ ଅଧିକ କାର୍ଯ୍ୟନୁଷ୍ଠାନ କରିଥିଲା ପୋଲିସ। ଏହାପରେ ଏହି ମାମଲାରେ ଜଡିତ ଥିବା ୩ ଜଣ ଅଭିଯୁକ୍ତଙ୍କୁ ଭ୍ରୁଣ ପରୀକ୍ଷା କରୁଥିବା ବେଳେ ଧରିଥିଲା ପୋଲିସ। ଏହାସହିତ ଏହି ଘଟଣାକୁ ନେଇ ଅଧିକ ତଦନ୍ତ କରୁଛି ପୋଲିସ।