ବାପା ଗାଡ଼ି ଧକ୍କାରେ ଝିଅ ମୃତ । ଏପରି ଏକ ଅଭାବନୀୟ ଘଟଣା ବେଙ୍ଗାଲୁରୁରେ ଘଟିଛି । ଅଜାଣତରେ ବାପା ଗାଡ଼ି ଚକା ତଳେ ଚାଲିଗଲା ଝିଅର ଜୀବନ । ସୂଚନା ଅନୁସାରେ, ସୋମବାର ଏକ ପରିବାର ବାହାଘରରୁ ଫେରି ଗାଡ଼ିରୁ ଜିନିଷ ପତ୍ର କଢ଼ିସାରିଲା ପରେ ଯୁବକ ଜଣଙ୍କ ଗାଡ଼ି ପାର୍କ କରିବା ପାଇଁ ଗାଡ଼ି ଚଳାଇଲା ବେଳେ ଗାଡ଼ିର ଆଗ ଚକା ତାଙ୍କ ଝିଅ ଉପରେ ଚଢ଼ିଯାଇଥିଲା । ଯୁବକ ଜଣକ ତୁରନ୍ତ ଝିଅକୁ ମେଡିକାଲରେ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ଝିଅ ଘର ବାହାରକୁ ଚାଲିଆସି ଗାଡ଼ି ଆଗରେ ଛିଡା ହୋଇଥିବା ଯୁବକ ଜଣକ ଦେଖିନଥିଲେ । ଯାହାଫଳରେ ଏତେ ବଡ଼ ଦୁର୍ଘଟଣା ଘଟିଗଲା । ଏହି ଦୁର୍ଘଟଣାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି ।