କୋଭିଡ୍ ଟେଷ୍ଟିଂ ବଢାଅ, ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଚିଠି ନୂଆଦିଲ୍ଲୀ, ଜାନୁଆରୀ ୧୮(ଖବର ଓଡିଶା): Share story: କୋଭିଡ୍ ଟେଷ୍ଟିଂକୁ ତୁରନ୍ତ ବଢାଅ । ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖିଲେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏକ ପତ୍ର ଜାରି କରିଛି । ତେବେ ସଂକ୍ରମଣ ରୋକିବାକୁ ଟେଷ୍ଟିଂକୁ ବଢାଇବାକୁ ନେଇ ରାଜ୍ୟମାନଙ୍କୁ କେନ୍ଦ୍ର ଚିଠି ଲେଖିଛି । ସବୁ ରାଜ୍ୟ ସ୍ୱାସ୍ଥ୍ୟ ସଚିବଙ୍କୁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅତିରିକ୍ତ ସଚିବ ଚିଠି ଲେଖିଛନ୍ତି । କିଛି ରାଜ୍ୟରେ ଟେଷ୍ଟିଂରେ ଢିଲା ଦିଆଯାଉଥିବାରୁ କେନ୍ଦ୍ର ଚିନ୍ତା ପ୍ରକଟ କରିଛି । ସେହିପରି ସଂକ୍ରମଣ ରୋକିବାକୁ ହଟସ୍ପଟ୍ ଚିହ୍ନଟ କରି କଣ୍ଟେନମେଣ୍ଟ କରିବାକୁ ପରାମର୍ଶ ଦିଆଯାଇଛି । କଣ୍ଟେନମେଣ୍ଟ କରି କଣ୍ଟାକ୍ଟ ଟ୍ରେସିଂ, କ୍ୱାରେଣ୍ଟିନ, ଆଇସୋଲେସନ ପାଇଁ ପରାମର୍ଶ ଦିଆଯାଇଛି । ମୃତ୍ୟୁ ହ୍ରାସ ଓ ରୋଗାକ୍ରାନ୍ତଙ୍କ ସୁରକ୍ଷା ପାଇଁ ବ୍ୟବସ୍ଥିତ ଟେଷ୍ଟିଂ ହେଉ । ସେହିପରି ଗତ କିଛି ଦିନ ହେଲା ଦେଶର କରୋନା ଗ୍ରାଫ୍ ତଳମୁହାଁ ହେବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଦେଶରୁ ୨.୩୭ ଲକ୍ଷ ପଜିଟିଭ୍ କେସ୍ ବାହାରିଛି । ଖବର ଓଡ଼ିଶା, Reporter, 18/01/2022