କିସ୍ତୱାଡ଼: ଜମ୍ମୁ କଶ୍ମୀରର କିସ୍ତୱାଡ଼ ଜିଲ୍ଲାର ଚତରୁ ଅଞ୍ଚଳରେ ବୁଧବାର ସକାଳେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଛି। ସୂଚନା ପାଇ ସୁରକ୍ଷା ବାହିନୀ ଅଞ୍ଚଳକୁ ଘେରାବନ୍ଦୀ କରିଥିଲେ।
ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଏନକାଉଣ୍ଟର ଆରମ୍ଭ ହୋଇଛି। ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ନିଶ୍ଚିତ ହୋଇନାହିଁ। ସୁରକ୍ଷା ବାହିନୀ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି। ଏହି ସମୟରେ ସମଗ୍ର ଅଞ୍ଚଳରେ ଭୟର ବାତାବରଣ ରହିଛି।
ଜମ୍ମୁ କଶ୍ମୀରର କିସ୍ତୱାE ଜିଲ୍ଲାରେ ଗତ ଜୁଲାଇ ୨ ତାରିଖ ରାତିରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ଏକ ଏନକାଉଣ୍ଟର ପରେ ଜୁଲାଇ ୩ରେ ଏକ ସଘନ ସର୍ଚ୍ଚ ଅପରେସନ କରାଯାଇଥିଲା। ଅଧିକାରୀମାନେ କହିଥିଲେ ଯେ ଜଙ୍ଗଲରେ ଦୁଇରୁ ତିନି ଜଣ ଆତଙ୍କବାଦୀ ଲୁଚି ରହିପାରନ୍ତି ଏବଂ ସେମାନଙ୍କୁ ଧରିବା ପାଇଁ ସେନା, ପୋଲିସ ଏବଂ ସିଆରପିଏଫ୍ ସେମାନଙ୍କର ସର୍ଚ୍ଚ ଅପରେସନକୁ ଜୋରଦାର କରିଥିଲେ।
ଅଧିକ ପଢ଼ନ୍ତୁ: ପ୍ରାଚୀନ ଶିବ ମନ୍ଦିରରେ ନିର୍ମାଣ କାମ ସମୟରେ ମିଳିଲା ସ୍ବର୍ଣ୍ଣମୁଦ୍ରା