ତିରୁଅନନ୍ତପୁରମ: ଗତବର୍ଷ ବିଜେପି ନେତା ଭେଙ୍କଟେଶ କୁରୁବାରାଙ୍କ ହତ୍ୟା ମାମଲାରେ ପ୍ରଥମ ଅତିରିକ୍ତ ଜିଲ୍ଲା ଏବଂ ସେସନ୍ସ କୋର୍ଟ ଛଅ ଜଣ ଦୋଷୀଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି। ପୋଲିସ କହିଛି ଯେ ବିଚାରପତି ସଦାନନ୍ଦ ନାଗପ୍ପା ନାୟକ ଗୁରୁବାର ରବି, ବିଜୟ ଓରଫ ମୈଲାରୀ, ଧନରାଜ, ଭୀମା ଓରଫ ଭାରତ, ସଲିମ ଏବଂ ଗଙ୍ଗାଧର ଗାୱଲିଙ୍କ ପାଇଁ ଦଣ୍ଡାଦେଶ ଘୋଷଣା କରିଛନ୍ତି।
କୋପ୍ପାଲ ପୋଲିସ ଅଧୀକ୍ଷକ ରାମ ଏଲ୍. ଆରାସିଦ୍ଧି କହିଛନ୍ତି ଯେ ଗତ ବର୍ଷ ଅକ୍ଟୋବର ୮ ତାରିଖରେ ଏହି ମାମଲାରେ ଏକ ଏଫଆଇଆର ରୁଜୁ ହୋଇଥିଲା। ଦୁଇ ମାସ ମଧ୍ୟରେ ୧୧ ଜଣଙ୍କ ବିରୁଦ୍ଧରେ ଏକ ଚାର୍ଜସିଟ୍ ଦାଖଲ କରାଯାଇଥିଲା।
ସୂଚନାଯୋଗ୍ୟ, ଅକ୍ଟୋବର ୮ ତାରିଖ ରାତିରେ ଏକ କାରରେ ଦୁର୍ବୃତ୍ତମାନେ ବିଜେପି ଯୁବ ମୋର୍ଚ୍ଚାର ଗଙ୍ଗାବତୀ ନଗର ୟୁନିଟ୍ ମୁଖ୍ୟ କୁରୁବାରଙ୍କୁ ଧକ୍କା ଦେଇଥିଲେ। ଫଳରେ ସେ ପଡ଼ି ଯାଇଥିଲେ। ତା'ପରେ ତାଙ୍କୁ ଧାରୁଆ ଅସ୍ତ୍ର ଏବଂ ଲୁହା ରଡ୍ ସାହାଯ୍ୟରେ ଆକ୍ରମଣ କରାଯାଇ ହତ୍ୟା କରାଯାଇଥିଲା। ଏସପି କହିଛନ୍ତି ଯେ ଅଧିକାଂଶ ଦୋଷୀଙ୍କ ବିରୁଦ୍ଧରେ ଅନ୍ୟ ଅନେକ ମାମଲା ରୁଜୁ ହୋଇଛି।
ଅଧିକ ପଢ଼ନ୍ତୁ: ଭୁବନେଶ୍ବର କୁମାରଙ୍କ ବଲ୍ରେ ଶକ୍ତିହୀନ ହେଲେ ଜୋସ୍ ବଟଲର୍!