ନୂଆଦିଲ୍ଲୀ, ମେ ୧୬(ଖବର ଓଡିଶା):
ନେପାଳ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବୃଦ୍ଧ ପୂର୍ଣ୍ଣିମା ଅ ବସରରେ ପ୍ରଧାନମନ୍ତ୍ରୀ ନେପାଳ ଗସ୍ତ କରିଛନ୍ତି । ବୃଦ୍ଧଙ୍କ ଜନ୍ମ ସ୍ଥାନ ଲୁମ୍ବିନିରେ ପହଞ୍ଚି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ କରିବେ । ତେବେ ଲୁମ୍ବିନିରେ ପହଞ୍ଚିବା ପରେ ମହାମାୟୀ ଦେବୀ ମନ୍ଦିର ପରିଦର୍ଶନ କରିବା ସହିତ ପୂଜାର୍ଚ୍ଚନା କରିଛନ୍ତି ।
ନେପାଳରେ ପହଞ୍ଚିବା ପରେ ବିମାନବନ୍ଦରରେ ମୋଦିଙ୍କୁ ନେପାଳ ପ୍ରଧାନମନ୍ତ୍ରୀ ଶେର ବାହାଦୂର ଦେଉବା ସ୍ୱାଗତ କରିଥିଲେ । ଏହି ଗସ୍ତ ବେଲେ ଦୁଇ ଦେଶ ମଧ୍ୟରେ ଅନେକ ଚୁକ୍ତିି ସ୍ୱାକ୍ଷାରିତ ହେବ । ତେଣୁ ମୋଦୀଙ୍କ ଏହି ଗସ୍ତ ଉପରେ ମଧ୍ୟ ଚୀନର ନଜର ରହିଛି ।
ସୂଚନା ଅନୁସାରେ, ନେପାଳ ନିଜ ଦେଶର ବିଭିନ୍ନ ପ୍ରକଳ୍ପ ପାଇଁ ଭାରତୀୟ କମ୍ପାନୀମାନଙ୍କ ସହ ଚୁକ୍ତି କରିବାକୁ ଚାହୁଁଛି । ତେଣୁ ଦୁଇ ଦେଶର ପ୍ରଧାନମନ୍ତ୍ରୀ ଏହି ପରିପେକ୍ଷୀରେ ଆଲୋଚନା କରିବେ । ନେପାଳ ପ୍ରଧାନମନ୍ତ୍ରୀ ମୁଖ୍ୟତଃ ସେଟି ଜଳ ବିଦ୍ୟୁତ ପ୍ରକଳ୍ପକୁ ନେଇ ଆଲୋଚନା ବେଳେ ଗୁତୁର୍ୱ ଦେବେ ବୋଲି କୁହାଯାଉଛି ।