ଜମ୍ମୁ-କାଶ୍ମୀରରେ ଶ୍ରଦ୍ଧା ହତ୍ୟାକାଣ୍ଡର ପୁନରାବୃତ୍ତି: ପ୍ରେମିକା ରକ୍ତରେ ହୋଲି ଖେଳିଲା ପ୍ରେମିକ
Khabar Odisha:Dr-Sumedha-Sharma-stabbed-to-death-by-boyfriend-Johar-Ganai
ଖବର ଓଡିଶା : 10/03/2023

ଜମ୍ମୁ-କାଶ୍ମୀରରେ ଘଟିଛି ଦିଲ୍ଲୀ ଶ୍ରଦ୍ଧା ହତ୍ୟାକାଣ୍ଡ ଭଳି ଆଉ ଏକ ଘଟଣା । ଜଣେ ମହିଳା ଡାକ୍ତରଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଛି ପ୍ରେମିକ । ଖବର ପାଇ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ଯୁବକଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲା। ଏହାସହ ମାମଲା ରୁଜୁ ଯାଞ୍ଚ ଆରମ୍ଭ କରିଛି।  ମୃତ ମହିଳା ଡାକ୍ତର ସୁମେଧା ଶର୍ମା ଜମ୍ମୁ-କାଶ୍ମୀର ତାଲାବ ତିଲ୍ଲୋ ଇଲାକାର ବାସିନ୍ଦା ହୋଇଥିବାବେଳେ ପ୍ରେମିକ ଜୋହର ଗନଇର ଡୋଡା ଜିଲ୍ଲା ଭଦ୍ରବାହ ଅଞ୍ଚଳର ବାସିନ୍ଦା । ହୋଲିରେ ଡାକ୍ତର ସୁମେଧା ତାଙ୍କ ପ୍ରେମିକଙ୍କ ପାଖକୁ ବୁଲିବାକୁ ଯାଇଥିବାବେଳେ ତାଙ୍କୁ ହତ୍ୟା କରିଛି ପ୍ରେମିକ ଜୋହର ଗନଇ । ହତ୍ୟା ଦିନ ଜୋହର ଏକ ଫେସ୍‌ବୁକ୍‌ ପୋଷ୍ଟରେ ଲେଖିଥିଲା- କିଛି ବ୍ୟକ୍ତିଗତ କାରଣ ଯୋଗୁ ସେ ନିଜ ଜୀବନ ଶେଷ କରିଦେବାକୁ ଚାହୁଁଛନ୍ତି। ପୋଷ୍ଟକୁ ଦେଖି ତା’ର ସାଙ୍ଗମାନେ ତାକୁ ଯୋଗଯୋଗ କରିବାକୁ ଚେଷ୍ଟା କରିଥିଲେ ବି ଫୋନ୍ ଲାଗିନଥିଲା । ଫଳରେ ପୁଲିସରେ ଖବର ଦେଇଥିଲେ । ପୁଲିସ ଯାଇ ଜମ୍ମୁ କାଶ୍ମୀର ସ୍ଥିତ ଜୋହରର ଘରେ ପହଞ୍ଚିବାବେଳକୁ ଘର ବାହାର ପଟୁ ବନ୍ଦ ଥିଲା । ଘର ଭାଙ୍ଗି ଦେଖିବା ବେଳକୁ ସୁମେଧାଙ୍କ ରକ୍ତ ଜୁଡୁବୁଡୁ ମୃତ ଦେହ ତଳେ ପଡିଥିବାବେଳେ ଗୁରୁତର ଅବସ୍ଥାରେ ଜୋହର ମିଳିଥିଲା । ଜୋହରକୁ ହସ୍ପିଟାଲରେ ଭର୍ତ୍ତି କରିବା ସହ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ପୁଲିସ । ସୂଚନା ଅନୁସାରେ, ମୃତ ସୁମେଧା ଓ ଅଭିଯୁକ୍ତ ଜୋହର ମଧ୍ୟରେ ପ୍ରେମ ସମ୍ପର୍କ ଥିଲା। ସେମାନେ ଜମ୍ମୁର ଏକ ଡେଣ୍ଟାଲ କଳେଜରୁ ବିଡିଏସ୍‌ କରିଥିଲେ। ଏହାପରେ ସୁମେଧା ଜମ୍ମୁ-କାଶ୍ମୀର ବାହାରେ ଏକ କଲେଜରେ ଏମ୍‌ଡିଏସ୍‌ କରୁଥିଲେ। 

Subscribe

National International State Sports Entertainment