ହୋଲି ପୂର୍ବରୁ ରୋଷେଇ ଘରେ ମହଙ୍ଗା ମାଡ । ମାର୍ଚ୍ଚ ପହିଲାରୁ ବଢିଲା ଗ୍ୟାସ୍ ଦର । ଦୀର୍ଘ ଦିନ ପରେ ଘରୋଇ LPG ସିଲିଣ୍ଡରର ମୂଲ୍ୟ ୫୦ ଟଙ୍କା ବୃଦ୍ଧି କରିଛନ୍ତି ଘରୋଇ ଗ୍ୟାସ କମ୍ପାନୀ । ଘରୋଇ LPG ସିଲିଣ୍ଡର ଦର ୫୦ ଟଙ୍କା ବଢି ଥିବାବେଳେ କମର୍ସିଆଲ LPG ସିଲିଣ୍ଡର ଦର ୩୫୦ ଟଙ୍କା ୫୦ ପଇସା ବୃଦ୍ଧି ପାଇଛି। ପୂର୍ବରୁ ଭୁବନେଶ୍ୱରରେ LPG ଦର ୧ ହଜାର ୭୯ ଟଙ୍କା ଥିଲା। ଏବେ ୫୦ ଟଙ୍କା ବଢି ୧୧ ଶହ ୨୯ଟଙ୍କା ହୋଇଛି। ଏହାସହ ଦିଲ୍ଲୀରେ ୧୯ କେଜିର କମର୍ସିଆଲ ସିଲିଣ୍ଡର ପାଇଁ ଲୋକଙ୍କୁ ୨୧୧୯.୫୦ ଟଙ୍କା ଦେବାକୁ ପଡିବ । ସେହିପରି ଘରୋଇ ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ଏଣିକି ୧୧୦୩ ଟଙ୍କା ଦେବାକୁ ପଡିବ । ଏହି ଦର ଆଜିଠୁ ଲାଗୁ କରାଯାଉଛି । ତେବେ ୧ ମଇ ୨୦୨୨ରେ, ବ୍ୟବସାୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୨୩୫୫ ଟଙ୍କା ରହିଥିଲା । ତେବେ ଲଗାତର ଦ୍ୱିତୀୟ ଥର ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟ ବୃଦ୍ଧି ପାଇଛି । ଏହାପୂର୍ବରୁ, ଜୁଲାଇ ୬,୨୦୨୨ରେ ସିଲିଣ୍ଡରର ମୂଲ୍ୟ ୫୦ ଟଙ୍କା ବୃଦ୍ଧି ପାଇଥିଲା ।