କୋଲକାତା: ରୁଷିଆନ୍ ପତ୍ନୀ ତାଙ୍କ ପାଞ୍ଚ ବର୍ଷର ପୁଅ ସହିତ ନିଖୋଜ ହୋଇଯାଇଛନ୍ତି। ତାଙ୍କ ସ୍ୱାମୀ ଏବଂ ଶ୍ୱଶୁର ଘର ଲୋକେ ଏ ନେଇ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ପଶ୍ଚିମବଙ୍ଗର ହୁଗଲି ଜିଲ୍ଲାର ଚନ୍ଦନନଗରର ବାସିନ୍ଦା ସୈକତ ବସୁ ଚୀନରେ କାମ କରୁଥିବା ସମୟରେ ରୁଷିଆନ୍ ଯୁବତୀ ଭିକ୍ଟୋରିଆ ଜିଗାଲିନାଙ୍କୁ ଭେଟିଥିଲେ। ପରେ ସେମାନେ ବିବାହ କରିଥିଲେ।
ବିବାହ ପରେ ଭିକ୍ଟୋରିଆଙ୍କ ନିର୍ଦ୍ଦେଶରେ ସୈକତ ୨୦୧୯ରେ ଚୀନରୁ ଭାରତ ଫେରି ଆସିଥିଲେ। ୨୦୨୦ ମସିହାରେ ସେମାନଙ୍କର ଏକ ପୁଅ ହୋଇଥିଲା। ସୈକତଙ୍କ ଓକିଲ ଶୁଭାଶିଷ ଭୌମିକ ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ଖଣ୍ଡପୀଠରେ ମାମଲାର ଶୀଘ୍ର ଶୁଣାଣି ପାଇଁ ଅନୁରୋଧ କରିଥିଲେ।
ସେ ସୈକତଙ୍କ ପୁଅକୁ ମୁକ୍ତ କରିବା ପାଇଁ ଦିଲ୍ଲୀ ପୋଲିସକୁ ନିର୍ଦ୍ଦେଶ ଦେବାକୁ ଦାବି କରିଥିଲେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର କୂଟନୈତିକ ଯୋଗାଯୋଗ ବ୍ୟବହାର କରାଯିବା ଉଚିତ। ଚୀନରୁ ଭାରତ ଫେରିବା ପରେ ସୈକତ ଏକ ଘରୋଇ କମ୍ପାନୀ ପାଇଁ କେନ୍ଦ୍ର ସରକାରଙ୍କ କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟର ବିଶ୍ୱ ବ୍ୟାଙ୍କ ପ୍ରକଳ୍ପରେ ପରାମର୍ଶଦାତା ଭାବରେ କାମ କରିବା ଆରମ୍ଭ କରିଥିଲେ।
ସେତେବେଳେ ହିଁ ସୈକତ ଏବଂ ତାଙ୍କ ପରିବାର ଜାଣିବାକୁ ପାଇଲେ ଯେ ଭିକ୍ଟୋରିଆଙ୍କ ବାପା ରୁଷିଆ ଗୁପ୍ତଚର ସଂସ୍ଥା ଫେଡେରାଲ ସିକ୍ୟୁରିଟି ସର୍ଭିସର ଜଣେ ଅବସରପ୍ରାପ୍ତ କର୍ମଚାରୀ ଥିଲେ। ସୈକତଙ୍କ ବାପା ସମୀର ବାସୁ ଜଣେ ଅବସରପ୍ରାପ୍ତ ନୌସେନା ଅଧିକାରୀ।
ସୈକତଙ୍କ ବାପା ଅଭିଯୋଗ କରିଛନ୍ତି ଯେ ବିବାହ ପରେ ଭିକ୍ଟୋରିଆ ତାଙ୍କୁ କୋଲକତାରେ ସେନାର ପୂର୍ବ କମାଣ୍ଡର ମୁଖ୍ୟାଳୟ ବିଜୟ ଦୁର୍ଗକୁ ନେଇଯିବା ପାଇଁ ଚାପ ପକାଇଥିଲେ। ଭିକ୍ଟୋରିଆଙ୍କ ବାପା ଏକ ଗୁପ୍ତଚର ସଂସ୍ଥାରେ କାମ କରନ୍ତି ଜାଣିବା ପରେ ସମୀର ରାଜି ହୋଇ ନଥିଲେ।
ସୈକତଙ୍କ ବାପା ସନ୍ଦେହ କରନ୍ତି ଯେ ଭିକ୍ଟୋରିଆ କେବଳ ଜଣେ ପୂର୍ବତନ ରୁଷିଆ ଗୁପ୍ତଚରଙ୍କ ଝିଅ ନୁହଁନ୍ତି, ବରଂ ସେ ନିଜେ ମଧ୍ୟ ଜଣେ ରୁଷିଆ ଗୁପ୍ତଚର। ଭାରତର ସାମରିକ ସୂଚନା ପାଇବା ପାଇଁ ଯାହାକୁ ରୁଷିଆ ଗୁପ୍ତଚର ସଂସ୍ଥା ଦ୍ୱାରା ନିଯୁକ୍ତି ଦିଆଯାଇଛି।
ସମୀର ସୁପ୍ରିମକୋର୍ଟକୁ କହିଥିଲେ ଯେ ଭିକ୍ଟୋରିଆ କୋଭିଡ୍ ସମୟରେ କଟକଣାକୁ ଅଣଦେଖା କରି ପିଲାକୁ ଜନ୍ମ ଦେବା ପାଇଁ ମସ୍କୋ ଯିବାକୁ ଚାହୁଁଥିଲେ। ଯାହା ଦ୍ୱାରା ସୈକତଙ୍କ ପୁଅ ଭାରତୀୟ ହେବା ପରିବର୍ତ୍ତେ ଜଣେ ରୁଷିଆ ନାଗରିକ ହୋଇଯାଏ। ଏଥିପାଇଁ ଭିକ୍ଟୋରିଆଙ୍କ ମାଆ ମୋ ପୁଅକୁ ବିପୁଳ ପରିମାଣର ଟଙ୍କା ଦେବାକୁ ଚାହୁଁଥିଲେ।
ଭିକ୍ଟୋରିଆ ଏବଂ ସୈକତ ସେମାନଙ୍କ ପୁଅର ଅଧିକାର ସମ୍ପର୍କରେ କଲିକତା ହାଇକୋର୍ଟ ଏବଂ ପରେ ସୁପ୍ରିମକୋର୍ଟରେ ଏକ ମାମଲା ଦାୟର କରିଥିଲେ। ସୁପ୍ରିମକୋର୍ଟ ତାଙ୍କ ଚୂଡ଼ାନ୍ତ ଆଦେଶରେ କହିଛନ୍ତି ଯେ ପୁଅ ସପ୍ତାହରେ ତିନି ଦିନ ତାଙ୍କ ବାପାମାଆଙ୍କ ସହ ରହିବ।
ଅଧିକ ପଢ଼ନ୍ତୁ: ଭାରତର ତେଜସ୍ ଜେଟ୍କୁ ପ୍ରତ୍ୟାଖ୍ୟାନ କଲା ବ୍ରାଜିଲ