ଉତ୍ତରପ୍ରଦେଶ: ୟୁପିର ବାରାବଙ୍କାରେ ଏକ ଆଶ୍ଚର୍ଯ୍ୟଚକିତ ଘଟଣା: ସାମ୍ନାକୁ ଆସିଛି । ଏଠାରେ ଏଠାରେ ୟୁଟ୍ୟୁବ୍ ଦେଖି ଅପରେସନ୍ କରିଥିବା ନକଲି ଡାକ୍ତରଙ୍କ ଯୋଗୁ ଜଣେ ମହିଳାଙ୍କ ଜୀବନ ଚାଲିଯାଇଛି। ମାମଲା କୋଠୀ ଥାନା ଅଞ୍ଚଳର। ପୀଡ଼ିତ ଫତେ ବାହାଦୁର କହିଛନ୍ତି, ଚଳିତ ମାସ ୫ ତାରିଖ ଦ୍ବିପ୍ରହରରେ ତାଙ୍କ ପତ୍ନୀ ମୁନିଶରା ରାୱତଙ୍କ ପେଟରେ ଯନ୍ତ୍ରଣା ହେଲା। ସେ ତାଙ୍କୁ କୋଠୀ ବଜାର ସ୍ଥିତ ଶ୍ରୀ ଦାମୋଦର ଔଷଧାଳୟ ହସ୍ପିଗଲକୁ । 6861 ଜ୍ଞାନ ପ୍ରକାଶ ମିଶ୍ର ଓ ବିବେକ ମିଶ୍ର ଏହାର ପରିଚାଳନା କରୁଛନ୍ତି । ଯାଞ୍ଚରୁ ଜ୍ଞାନ ପ୍ରକାଶ ମହିଳାଙ୍କର ଷ୍ଟୋନ୍ ହୋଇଥିବା କହି ଅପରେସନ୍ ଖର୍ଚ୍ଚ ୨୫ ହଜାର କହିଲେ କିନ୍ତୁ ମାମଲା ୨୦ ହଜାରରେ ଛିଣ୍ତିଲା।
ଫତେ ବାହାଦୁରଙ୍କ ଅଭିଯୋଗ ଅନୁସାରେ, ଟଙ୍କା ପୈଠ ହେବା ପରେ ଜ୍ଞାନ ପ୍ରକାଶ ମଦ ନିଶାରେ ୟୁଟ୍ୟୁବ୍ ଭିଡିଓ ଦେଖି ପତ୍ନୀଙ୍କ ଅପରେସନ୍ ଆରମ୍ଭକଲେ । ଅତ୍ୟନ୍ତ ଅବହେଳାରେ ତାଙ୍କ ପେଟକୁ କାଟିଦେଲେ । ତାଙ୍କ ଛୋଟ ଅନ୍ତଃନଳୀ ଓ ଅନେକ ସ୍ନାୟୁ ମଧ୍ୟ କାଟିଦେଲେ। ଅପରେସନ୍ ପରେ ମହିଳା ରାତିସାରା ଯନ୍ତ୍ରଣାରେ ଛଟପଟ ହେଲେ। ପର ଦିନ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହେଲା । ଏହା ପରେ ହସ୍ପିଟାଲ ସଂଚାଳକ ଜ୍ଞାନ ପ୍ରକାଶ ମିଶ୍ର ଓ ତାଙ୍କ ପରିବାର ଫେରାର ହୋଇଗଲେ। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯଞ୍ଚ୍ କଲା। ଶବର ପୋଷ୍ଟମର୍ଟମ୍ ମଧ୍ଯ କରାଗଲା । ଫତେ ବାହାଦୁରଙ୍କ ଅଭିଯୋଗ ଯେ ହସ୍ପିଟାଲ ସମ୍ପୂର୍ଣ ନକଲି ଏବଂ ଅଭିଯୁକ୍ତଙ୍କ ପାଖରେ କୌଣସି ପ୍ରକାର ମେଡିକାଲ ଡିଗ୍ରୀ ନାହିଁ । ଅଭିଯୁକ୍ତଙ୍କୁ ଧରିବା ଲାଗି ପୁଲିସ ଏକ ଟିମ୍ ଗଠନ କରିଛି।