ରିଓ ଅଲିମ୍ପିକ୍ରେ ଭାରତ ପାଇଁ ଇତିହାସ ରଚିଥିବା ଜିମ୍ନାଷ୍ଟ ଦୀପା କର୍ମକାର ଡୋପ୍ ଟେଷ୍ଟରେ ଫେଲ୍ ମାରିଛନ୍ତି। ନିଷିଦ୍ଧ ନିଶା ସେବନ ପ୍ରମାଣିତ ହେବା ପରେ ତାଙ୍କ ଉପରେ ଏହି କଟକଣା ଲଗାଇଛି ଇଂଟରନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ବା ଆଇଟିଏ । ୨୧ ମାସ ପର୍ଯ୍ୟନ୍ତ ଦୀପା କୌଣସି ପ୍ରତିଯୋଗିତାରେ ଭାଗ ନେଇ ପାରିବେ ନାହିଁ । ୧୧ ଅକ୍ଟୋବର ୨୦୨୧ରେ ହୋଇଥିବା ଆଣ୍ଟି ଡୋପିଂ ଟେଷ୍ଟରେ ଦୀପାଙ୍କୁ ବାସନ୍ଦ କରାଯାଇଛି । ୧୦ ଜୁଲାଇ ୨୦୨୩ ଯାଏ ତାଙ୍କ ଉପରେ କଟକଣା ଜାରି ରହିବ । ମିିଳିଥିବା ସୂଚନା ଅନୁସାରେ ‘ହିଜେନାମିନ’ ନାମକ ନିଷିଦ୍ଧ ନିଶାର ସେବନ ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ୨୦୨୧ରେ ‘ହିଜେନାମିନ’କୁ ନିଷିଦ୍ଧ କରାଯାଇଥିଲା । ପୂର୍ବରୁ ଦୀପା ଓ୍ୱାର୍ଲ୍ଡ ଆଣ୍ଟି ଡୋପିଂ ଏଜେନ୍ସି ତଥା ବାଡାର ଗାଇଡ୍ଲାଇନ୍କୁ ଉଲ୍ଲଙ୍ଘନ କରିଥିବା ନେଇ ସୂଚନା ମିଳିଥିଲା। କିନ୍ତୁ ପରେ ସେ ଡୋପିଂ ଟେଷ୍ଟରେ ଧରାପଡିଥିବା ଜଣାପଡିଛି। ଏଏଫଆଇଜି ଆଣ୍ଟି ଡୋପିଂ ନିୟମ ଧାରା ୧୦.୮.୨ ଅନୁସାରେ ମାମଲାର ସମାଧାନ କରାଯାଇଛି।