ନୂଆଦିଲ୍ଲୀ, ଡିସେମ୍ବର ୨(ଖବର ଓଡ଼ିଶା): ରାଜଧାନୀ ଦିଲ୍ଲୀରେ ଏବେ ସ୍ଥିତି ଅତି ସଙ୍ଗୀନ ରହିଛି । ଦିନକୁ ଦିନ ବାୟୁର ମାନ ହ୍ରାସ ପାଉଥିବା ବେଳେ ବାୟୁ ପ୍ରଦୂଷଣ ଏବେ ଲୋକଙ୍କୁ କରୋନା ଭଳି ଘରେ ବନ୍ଦ କରି ଦେଇଛି ।
ଏଭଳି ସ୍ଥିତିରେ ଆସନ୍ତାକାଲିଠୁ ଅନିର୍ଦ୍ଧିଷ୍ଟକାଳ ପାଇଁ ଦିଲ୍ଲୀରେ ସମସ୍ତ ସ୍କୁଲ ବନ୍ଦ ହେବାକୁ ଯାଉଛି । ବଢୁଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ପରବର୍ତ୍ତୀ ନିର୍ଦ୍ଦେଶ ନଆସିବା ପର୍ଯ୍ୟନ୍ତ ଦିଲ୍ଲୀରେ ସମସ୍ତ ସ୍କୁଲ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ଏନେଇ ଆଜି ସୂଚନା ଦେଇଛନ୍ତି ପରିବେଶ ମନ୍ତ୍ରୀ ଗୋପାଲ ରାୟ ।
ପୂର୍ବରୁ ମଧ୍ୟ ଦୀର୍ଘ ୫ଦିନ ଧରି ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳର ସମସ୍ତ ସ୍କୁଲ ବନ୍ଦ କରାଯାଇଥିବା ବେଳେ ଦୁଇ ଦିନ ହେଲା ସ୍କୁଲ ଖୋଲିଥିଲା ମାତ୍ର ଏହି ମାମଲାରେ ହାଇକୋର୍ଟରେ ପହଞ୍ଚିବା ପରେ ଦିଲ୍ଲୀ ସରକାରଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି କୋର୍ଟ ।
ଯାହାପରେ ପୁଣି ଥରେ ଦିଲ୍ଲୀରେ ଅନିଦ୍ଦିଷ୍ଟ କାଳ ପାଇଁ ସ୍କୁଲ ବନ୍ଦ ଘୋଷଣା କରାଯାଇଛି ।