ନୂଆଦିଲ୍ଲୀ: ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀ-ଏନସିଆର ପାଣିପାଗ ବଦଳିଛି। ଆଜି ସକାଳ ଠାରୁ ଦିଲ୍ଲୀ-ଏନସିଆରରେ ପ୍ରର୍ବଳ ବର୍ଷା ହେଉଛି। ଦୀର୍ଘ ଦିନର ଅପେକ୍ଷା ପରେ ପ୍ରବଳ ବର୍ଷା ଲୋକଙ୍କୁ ଗରମରୁ ଆଶ୍ୱସ୍ତି ଦେଇଛି। ତଳିଆ ଆଞ୍ଚଳ ଜଳମଗ୍ନ ହୋଇଥିବା ବେଳେ ଲୋକେ ହଇରାଣ ହେଉଛନ୍ତି। ସବୁଠାରୁ ବଡ଼ କଥା ହେଲା ପ୍ରବଳ ବର୍ଷାରେ କର୍ମଚାରୀମାନେ କେମିତି ନିଜନିଜ କାର୍ଯ୍ୟାଳୟରେ ପହଞ୍ଚିବେ ସେନେଇ ଚିନ୍ତା ବଢ଼ିଛି।
ପାଣିପାଗ ବିଭାଗ ସୋମବାର ପାଇଁ ହାଲୁକାରୁ ମଧ୍ୟମଧରଣର ବର୍ଷା ହେବ ବୋଲି ଚେତାବାନୀ ଜାରି କରିଛି। ରବିବାର ଦିଲ୍ଲୀର ସର୍ବାଧିକ ତାପମାତ୍ରା ୩୫.୦ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି, ଯାହା ସ୍ୱାଭାବିକ ଠାରୁ ୧.୬ ଡିଗ୍ରୀ କମ୍। ସର୍ବନିମ୍ନ ତାପମାତ୍ରା ୨୮.୮ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି, ଯାହା ସ୍ୱାଭାବିକ ଠାରୁ ୦.୯ ଡିଗ୍ରୀ ଅଧିକ। ବାୟୁରେ ଆର୍ଦ୍ରତା ସ୍ତର ୮୭ରୁ ୬୯ ପ୍ରତିଶତ ଥିଲା। ବର୍ଷା ବିଷୟରେ କହିବାକୁ ଗଲେ, ସନ୍ଧ୍ୟା ୫ଟା ୩୦ ପର୍ଯ୍ୟନ୍ତ, ସଫଦରଜଙ୍ଗରେ ୦.୮ ମିମି, ଲୋଧି ରୋଡରେ ୧.୫ ମିମି, ରାଜଘାଟରେ ୦.୧ ମିମି, ନଜଫଗଡ଼ରେ ୧୯.୦ ମିମି, ମୁଙ୍ଗେଶପୁରରେ ୦.୫ ମିମି ଏବଂ ପାଲମରେ ଝିପିଝିପି ବର୍ଷା ରେକର୍ଡ କରାଯାଇଛି।
ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ୩୦ ରୁ ୪୦ କିଲୋମିଟର ବେଗରେ ପ୍ରବଳ ପବନ ସହିତ ଝଡ଼ବର୍ଷା ହେବାର ସମ୍ଭାବନା ଅଛି। ଆଜି ସକାଳ ଠାରୁ ମଝିରେ ମଝିରେ ବର୍ଷା ହେଉଛି। ଏହା ସହିତ ଆଜି କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ମଧ୍ୟ ସମ୍ଭାବନା ଅଛି।
ଆଇଏମଡି ଆଜି ରାଜଧାନୀରେ ଏକ ହଳଦିଆ ଆଲର୍ଟ ମଧ୍ୟ ଜାରି କରିଛି, ଯେଉଁଥିରେ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି। କୁହାଯାଇଥିଲା ଯେ ଆଜି ଦିଲ୍ଲୀରେ ସର୍ବାଧିକ ଏବଂ ସର୍ବନିମ୍ନ ତାପମାତ୍ରା ପ୍ରାୟ ୩୩ ଡିଗ୍ରୀ ସେଲସିୟସ୍ ଏବଂ ୨୬ ଡିଗ୍ରୀ ସେଲସିୟସ୍ ରହିବ ବୋଲି ପୂର୍ବାନୁମାନ କରାଯାଇଛି। ଯେତେବେଳେ ନୋଏଡା ଗ୍ରେଟର, ନୋଏଡା, ଗୁଡ଼ଗାଓଁ, ଗାଜିଆବାଦ, ଫରିଦାବାଦର ସର୍ବାଧିକ ତାପମାତ୍ରା ୩୧ରୁ ୩୩ ଡିଗ୍ରୀ ସେଲସିୟସ୍ ମଧ୍ୟରେ ରହିପାରେ।
ଅଧିକ ପଢ଼ନ୍ତୁ: ଟେକ୍ସାସ ବନ୍ୟା ନେଇ ପୋଷ୍ଟ କଲେ ମେଲାନିଆ ଟ୍ରମ୍ପ