ଦିଲ୍ଲୀରେ ବାୟୁପ୍ରଦୂଷଣ ବଢୁଥିବାବେଳେ ପ୍ରାକୃତିକ ବର୍ଷା କିଛି ଆଶ୍ବସ୍ତି ଆଣିଥିଲା । କିନ୍ତୁ ଦୀପାବଳିରେ ବାଣ ଫୁଟେଇବା ଦିଲ୍ଲୀ ପ୍ରଦୂଷଣର ମାତ୍ରାକୁ ଆହୁରି ବଢ଼ାଇଦେଇଛି । ସୁପ୍ରିମକୋର୍ଟ ବାଣ ବିକ୍ରି ଓ ଫୁଟେଇବା ଉପରେ କଟକଣା ଜାରି କରିଥିଲେ । କିନ୍ତୁ ଦିଲ୍ଲୀବାସୀ ସେହି କଟକଣାକୁ ଉଲଘଂନ କରିଛନ୍ତି । ଯାହାର ଫଳସ୍ୱରୂପ ପୁଣିଥରେ ଦିଲ୍ଲୀରେ ବାୟୁପ୍ରଦୂଷଣର ମାତ୍ରା ବଢିଯାଇଛି । ଦିଲ୍ଲୀବାସୀମାନଙ୍କର ଯାତାୟାତ କରିବା ଠୁ ଆରମ୍ଭ କରି ନିଃଶ୍ୱାସପ୍ରଶ୍ୱାସ ନେବାରେ ମଧ୍ୟ କଷ୍ଟ ସହୁଛନ୍ତି ବୋଲି ସୂଚନା ମିଳିଛି । ଆଜି ସକାଳୁ ଦିଲ୍ଲୀ ଆକାଶ ଧୂଆଁମୟ ହେବାସହିତ ବିଷ ବଳୟ ଭିତରକୁ ଫେରି ଆସିଛି ।
କିଛି ଦିନ ପୂର୍ବରୁ ଦିଲ୍ଲୀର ପ୍ରଦୂଷଣରେ ରୋକ ଲଗାଇବା ପାଇଁ କୃତ୍ରିମ ବର୍ଷାର ଯୋଜନା କରାଯାଇଥିଲା କିନ୍ତୁ ପ୍ରାକୃତିକ ବର୍ଷା ହେବା ପରେ ପ୍ରଦୂଷଣ କମିବାର ସୂଚନା ମିଳିଥିଲା । ଦୀପାବଳି ପରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସୂଚନା ଅନୁସାରେ, ଦିଲ୍ଲୀରେ ବାୟୁର ଗୁଣବତ୍ତା ଖରାପ ଯାହା ପୂର୍ବଭଳି ହୋଇଯାଇଛି ।
ଆଗକୁ ପଢ଼ନ୍ତୁ : ଦିଲ୍ଲୀରେ ହେଲା ପ୍ରାକୃତିକ ବର୍ଷା