ପବ୍‌ରେ ଯୁବତୀଙ୍କୁ ଅସଦାଚରଣ ଓ ମାଡ଼ ଅଭିଯୋଗ, କ୍ଲବର ମ୍ୟାନେଜର ସହ ୬ ଗିରଫ
Khabar Odisha:Crime-Bouncers-including-manager-arrested-after-molesting-assaulting-girl-pub-in-gurugram

ନୂଆଦିଲ୍ଲୀ, ଅଗଷ୍ଟ ୧୧ (ଖବର ଓଡ଼ିଶା): ଗୁରୁଗ୍ରାମର ଏକ ପବ୍‌ରେ ସାଙ୍ଗମାନଙ୍କ ସହିତ ପାର୍ଟି କରିବାକୁ ଯାଇଥିବା ଜଣେ ଝିଅ ଓ ତାଙ୍କର ବନ୍ଧୁଙ୍କୁ ମାଡ଼ମାରିବା ଓ ଅସଦାଚରଣ କରିବା ଅଭିଯୋଗରେ ପୁଲିସ କାର୍ଯ୍ୟାନୁଷ୍ଠାନ ନେଇଛି । ମାଡମରାଯିବାର ଭିଡିଓ ଭାଇରାଲ ହେବା ପରେ ପୁଲିସ ଏହି ଘଟଣାକୁ ଗୁରୁତର ସହିତ ନେଇ କ୍ଲବର ମ୍ୟାନେଜର ସମେତ ୬ ଜଣଙ୍କୁ ଗିରଫ କରିଛି । ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିବା ଭିଡିଓରେ ଜଣେ ଯୁବତୀଙ୍କୁ ସାଙ୍ଗମାନେ ମାଡମାରୁଥିବା ଦେଖାଯାଉଛି । ସୂଚନାଯୋଗ୍ୟ, ଗୁରୁଗ୍ରାମର କାଂସା ଡାଞ୍ଜାରେ ଏହି ପବ୍ ବାର ରହିଛି । 

ଗଣମାଧ୍ୟମର ରିପୋର୍ଟ ଅନୁସାରେ ଗୁରୁଗ୍ରାମର କାଂସା ଡାଞ୍ଜା ପବ ବାରରେ ଜଣେ ଯୁବତୀ ନିଜର ସାଙ୍ଗମାନଙ୍କ ସହିତ ପାର୍ଟି କରିବାକୁ ଯାଇଥିଲେ । ପବ ପହଞ୍ଚିବା ପରେ ସେଠାରେ ଉପସ୍ଥିତ ଥିବା ବାଉନସରମାନେ ଯୁବତୀଙ୍କୁ ଅଶ୍ଲୀଳ କଥା କହିଥିଲେ । ଏଥି ସହିତ ତାଙ୍କୁ ଅସଦାଚରଣ କରିଥିଲେ । ଯୁବତୀଙ୍କ ସାଙ୍ଗ କୌଣସି କଂପାନୀର ମ୍ୟାନେଜର ଥିଲେ । ସେ ଅସଦାଚରଣର ବିରୋଧ କରିଥିଲେ । ବାଉନସର ଓ ଯୁବକଙ୍କ ମଧ୍ୟରେ ଲଢ଼େଇ ହୋଇଥିଲା । ଏହାରି ମଧ୍ୟରେ ପର୍ବର ପ୍ରାୟ ୬ ଜଣ ଯୁମକଙ୍କୁ ମାଡ଼ ମାରିଥିଲେ । ଯୁବତୀଙ୍କୁ ବଞ୍ଚାଇବା ପାଇଁ ଯେତେବେଳେ ଯୁବକ ଜଣକ ଗଲେ, ସେ ଆକ୍ରୋଶର ଶିକାର ହୋଇଥିଲେ । 

ଅଭିଯୋଗ ହୋଇଛି ଯେ, ଯୁବତୀ ଓ ତାଙ୍କର ବନ୍ଧୁଙ୍କୁ ପବର ବାଉସରମାନେ ମାଡମାରିଥିଲେ । କ୍ଲବ କର୍ତ୍ତୃପକ୍ଷ ତରଫରୁ ସେମାନଙ୍କୁ ଉଦ୍ଧାର ପାଇଁ କୌଣସି ପଦକ୍ଷେପ ନିଆଯାଇ ନ ଥିଲା । ବାଉନସରମାନେ ଯୁବକଙ୍କୁ ଏତେ ମାଡ଼ ମାରିଥିଲେ ଯେ, ମୁହଁରୁ ରକ୍ତ ବାହାରି ପଡ଼ିଥିଲା ଏବଂ ଯୁବକଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । 

 

  • Tags:

Subscribe

National International State Sports Entertainment