ପଢ଼ିବାକୁ ମଦ୍ରାସା ଯାଇଥିଲେ ୨ଶିଶୁକନ୍ୟା; ବିଲରୁ ଜଣଙ୍କ ମୃତଦେହ, ଅନ୍ୟକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର
Khabar Odisha:Crime-2-innocent-girls-went-to-study-in-Madrasa-1-found-dead-in-the-field-the-other-was-injured

ଶାହାଜହାଁପୁର, ଫେବୃଆରୀ ୨୩ (ଖବର ଓଡ଼ିଶା): ଉତ୍ତରପ୍ରଦେଶରେ ମହିଳା ଓ ଶିଶୁକନ୍ୟାଙ୍କ ବିରୋଧରେ କ୍ରମାଗତ ଭାବେ ଅପରାଧିକ ଘଟଣା ସାମ୍ନାକୁ ଆସୁଛି । ସୋମବାର ଶାହାଜହାଁପୁରରେ ୨ ଜଣ ନାବାଳିକା ପାଠ ପଢ଼ିବାକୁ ମଦ୍ରାସା ଯାଇଥିଲେ । ସେମାନେ ଆଉ ଘରକୁ ଫେରି ନାହାନ୍ତି । ବିଳମ୍ବିତ ରାତି ଜଣେ ଶିଶୁର ମୃତଦେହ ଉଦ୍ଧାର କରାଯାଇଛି । ସେହିପରି ଅନ୍ୟ ଶିଶୁକନ୍ୟାକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରାଯାଇଛି । ପୋଲିସର ଅନୁମାନ ଯେ, ହତ୍ୟା କରାଯାଇଥିବା ୨ ଭଉଣୀଙ୍କୁ ମରିଗଲେ ଭାବି ଅଭିଯୁକ୍ତମାନେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥାଇ ପାରନ୍ତି । ସୂଚନା ମିଳିବା ପରେ ସ୍ଥାନୀୟ ଅଂଚଳରେ ଭୟର ବାତାବରଣ ଖେଳିଯାଇଛି । 

ପୋଲିସ ଗୁରୁତର ଶିଶୁକନ୍ୟାକୁ ହସ୍ପିଟାଲରେ ଭର୍ତ୍ତି କରିଛି । ହସ୍ପିଟାଲରେ ଶିଶୁକନ୍ୟାଟି ଜୀବନ ଓ ମୃତ୍ୟୁ ସହିତ ସଂଘର୍ଷ କରୁଛି । ପୋଲିସ ଶିଶୁକନ୍ୟାର ଚେତା ଫେରିବାକୁ ଅପେକ୍ଷା କରିଛି । ଏହାରି ମଧ୍ୟରେ ପୋଲିସ କିଛି ସନ୍ଦିଗ୍ଧଙ୍କୁ ନିଜ ହେପାଜତକୁ ଆଣି ପଚରାଉଚରା କରୁଛି । 

କାଣ୍ଟ ଥାନା ଅଂଚଳରେ ସୋମବାର ଏହି ଘଟଣା ଘଟିଛି । ଅପରାହ୍ନରେ ୨ ସଂପର୍କୀୟ ଭଉଣୀ ମଦ୍ରାସାକୁ ପାଠ ପଢ଼ିବା ଲାଗି ଯାଇଥିଲେ । ଉଭୟଙ୍କ ବୟସ ୪ ଓ ୭ ବର୍ଷ ହେବ । ସେମାନେ ସନ୍ଧ୍ୟା ପର୍ଯ୍ୟନ୍ତ ଘରକୁ ନ ଫେରିବାରୁ ପରିବାର ଲୋକଙ୍କର ଚିନ୍ତା ବଢ଼ିଯାଇଥିଲା । ଚାରିଆଡ଼େ ଖୋଜାଖୋଜି କରାଯାଇଥିଲା । କିନ୍ତୁ କୌଣସି ସନ୍ଧାନ ମିଳିପାରି ନଥିଲା । ପରେ ବିଳମ୍ବିତ ରାତି ବିଲରେ ୪ ବର୍ଷ ଝିଅର ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲଶ । ପୋଲିସ ଘଟଣାସ୍ଥଳରେ ପହଂଚି ଶିଶୁକନ୍ୟାର ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇ ଦେଇଛି । 

 

  • Tags:

Subscribe

National International State Sports Entertainment