ଶୁକ୍ରବାର ଦିନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା, ତାଙ୍କ ଡେପୁଟି ଡିକେ ଶିବକୁମାର ଓ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ କୋର୍ଟ ସମନ ପଠାଇଛନ୍ତି। ଗତ ବର୍ଷ ନିର୍ବାଚନ ବେଳେ ବିଜେପି ସରକାର ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିବାରୁ ଏହି ମାମଲା ରୁଜ୍ଜୁ ହୋଇଥିଲା।
ସୂଚନାଯୋଗ୍ୟ ଯେ, ଗତ ବର୍ଷ ନିର୍ବାଚନ ବେଳେ କଂଗ୍ରେସ ନେତାମାନେ ବିଜେପି ସରକାର ସବୁ କାମ ପାଇଁ ୪୦% କମିସନି ନେଉଥିବା କହିବା ସହ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇଙ୍କ ଫଟୋ ଦେଇ ପେ’ସିଏମ ପୋଷ୍ଟର ମଧ୍ୟ ଲଗାଇଥିଲେ।
ଏହା ବିରୋଧରେ ବିଜେପି ଲିଗାଲ ୟୁନିଟର ଆଇନଜୀବୀ ବିନୋଦ କୁମାର କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହା ପରେ ନ୍ୟାୟିକ ତଦନ୍ତ ଆରମ୍ଭ ହୋଇଥିଲା। ତେବେ କୋର୍ଟ ଏହାର ଶୁଣାଣି କରି ରାଜ୍ୟର ସ୍ୱତନ୍ତ୍ର ଏମପି/ଏମଏଲଏ କୋର୍ଟରେ ସମସ୍ତ ୩ ନେତା (ରାହୁଲ ଗାନ୍ଧୀ, ସିଦ୍ଦରମୈୟା ଓ ଶିବ କୁମାର)ଙ୍କୁ ମାର୍ଚ୍ଚ ୨୮ରେ କୋର୍ଟରେ ହାଜର ହେବାକୁ କୋର୍ଟ ତରଫରୁ ସମନ କରାଯାଇଛି।
ଅଧିକ ପଢନ୍ତୁ: କାଶୀ ପାଲଟିଛି ଐତିହ୍ୟ ଓ ବିକାଶର ମଡେଲ: ନରେନ୍ଦ୍ର ମୋଦି