ନୀତି ଆୟୋଗ ଦ୍ୱାରା ଜାରି ହୋଇଥିବା ରିପୋର୍ଟରୁ ଦେଶରେ ଦାରିଦ୍ର୍ୟ ହାର କମିଥିବାର ସୂଚନା ମିଳିଛି। ଏହି ଦାରିଦ୍ର୍ୟ ହାର ୫ ପ୍ରତିଶତ ତଳେ ରହିଥିବା ନେଇ ରିପୋର୍ଟ ଜାରି କରିଛି ନୀତି ଆୟୋଗ। ନିତି ଆୟୋଗର CEO ବି.ବି ଆର ସୁବ୍ରମଣ୍ୟମଙ୍କ ଦ୍ୱାରା ଗତ ରବିବାର ବିଳମ୍ବିତ ରାତିରେ ଏହି ରିପୋର୍ଟ ଜାରି କରିଛନ୍ତି।
ସୂଚନାଯୋଗ୍ୟ ଯେ, ନୀତି ଆୟୋଗ ଦ୍ୱାରା ଘରୋଇ ଉପଭୋକ୍ତା ବ୍ୟୟ ପାଇଁ ଏକ ସର୍ବେର୍କ୍ଷଣ ହୋଇଥିଲା। ଏହି ସର୍ବେକ୍ଷଣର ତଥ୍ୟ ଅନୁସାରେ ଉଭୟ ଗାଁ ଏବଂ ସହରରେ ବସବାସ କରୁଥିବା ଲୋକଙ୍କ ଆର୍ଥିକ ଅଭିବୃଦ୍ଧି ଘଟିଛି ବୋଲି ଜଣା ପଡିଛି।
ରାଷ୍ଟ୍ରୀୟ ସର୍ବେକ୍ଷଣ କାର୍ଯ୍ୟାଳୟ(NSSO) ଦ୍ୱାରା ଶନିବାର ବିଳମ୍ବିତ ରାତିରେ ଜାରି ହୋଇଥିଲା ରିପୋର୍ଟ ଏବଂ ଏହି ରିପୋର୍ଟ ଅନୁସାରେ ପ୍ରତି ବ୍ୟକ୍ତିର ମାସିକ ଘରୋଇ ଖର୍ଚ୍ଚ ୨୦୧୧-୧୨ ତୁଳନାରେ ୨୦୨୨-୨୩ରେ ଦୁଇ ଗୁଣା ବୃଦ୍ଧି ପାଇଛି। ଏହି ଆର୍ଥିକ ଅଭିବୃଦ୍ଧି ଦେଶର ସମୃଦ୍ଧି ସ୍ତରକୁ ଦର୍ଶାଏ ବୋଲି କୁହାଯାଇଛି। ଦେଶର ଦାରିଦ୍ର୍ୟ ଦୂରୀକରଣ ପଦକ୍ଷେପ ଦିଗରେ ଏହା ଏକ ସକରାତ୍ମକ ଖବର। ତେବେ ଦେଶର ଉଭୟ ଗ୍ରାମାଞ୍ଚଳ ଓ ସହରାଂଚଳରେ ଥିବା ପରିବାରର ମୋଟ ଖର୍ଚ୍ଚରେ ଖାଦ୍ୟଶସ୍ୟ ଓ ଖାଦ୍ୟ ବ୍ୟବହାରର ଅଂଶରେ ଉଲ୍ଲେଖନୀୟ ହ୍ରାସ ଘଟିଥିବା ଏହି ସର୍ଭେରୁ ଜଣାପଡିଛି।
ଅଧିକ ପଢନ୍ତୁ: ଓଡ଼ିଶା ଆସୁଛନ୍ତି ମାଇକ୍ରୋସଫ୍ଟ ସହ ପ୍ରତିଷ୍ଠାତା