ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ନିଜର ନବମ ବଜେଟ୍ ଉପସ୍ଥାପିତ କରି ଟେକ୍ନୋଲୋଜି ଓ ଇନୋଭେସନକୁ ବିକଶିତ ଭାରତର ସବୁଠୁ ବଡ ଇଞ୍ଜିନ ଦର୍ଶାଇଛନ୍ତି । ସେ କହିଛନ୍ତି ଭାରତ ଏବେ କେବଳ ପ୍ରଯୁକ୍ତିବିଦ୍ୟା(ଟେକ୍ନୋଲୋଜି)ର ବ୍ୟବହାର କରିବ ନାହିଁ ବରଂ ଏଥିରେ ଏବେ ନେତୃତ୍ୱ ନେବ । ଏହି ବଜେଟରେ କଣ୍ଟେଟ କ୍ରିଏସନକୁ ନେଇ ମଧ୍ୟ ବଡ ଘୋଷଣା କରାଯାଇଛି ।
ଗେମିଂ ସେକ୍ଟରରେ ୧୦ ଲକ୍ଷରୁ ଅଧିକ ପ୍ରୋଫେସନାଲକୁ ନିଯୁକ୍ତି ଦିଆଯିବ । ଏକ ନୂଆ କଣ୍ଟେଟ କ୍ରିଏଟର ଲ୍ୟାବ ସେଟଅପ୍ କରାଯିବ । ଏହା ଜରିଆରେ ଲୋକଙ୍କୁ କଣ୍ଟେଟ ପ୍ରଶିକ୍ଷଣ ଦିଆଯିବ । ଡିଜାଇନ ଏଜୁକେସନ ପାଇଁ ନ୍ୟାସନାଲ ଡିଜାଇନ ସ୍କୁଲ ଖୋଲାଯିବ । ଅର୍ଥମନ୍ତ୍ରୀ ଭାରତର ଏନିମେସନ, ଭିଜୁଆଲ ଇଫେକ୍ଟ, ଗେମିଂ ଓ କମିକ ସେକ୍ଟରକୁ ପ୍ରୋତ୍ସାହନ ଦେବା ପାଇଁ ଦେଶର ୧୫ ହଜାର ମାଧ୍ୟମିକ ସ୍କୁଲ ଓ ୫୦୦ କଲେଜରେ କଣ୍ଟେଟ କ୍ରିଏଟର ଲ୍ୟାବ ସ୍ଥାପିତ କରାଯିବ ।
ଡିଜିଟାଲ ୱାର୍ଲଡ ଓ କ୍ରିଏଟର୍ସଙ୍କ ପାଇଁ ଖାସ
ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଉପରେ ଗୁରୁତ୍ୱ- ବଜେଟରେ ଏଆଇ ପରି ନୂଆ ପ୍ରଯୁକ୍ତିବିଦ୍ୟାକୁ ଅର୍ଥ ବ୍ୟବସ୍ଥାର ଶକ୍ତି ବୋଲି କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ । ସରକାର ଉନ୍ନତ ଇଣ୍ଟରନେଟ୍ ଓ ଇନଫ୍ରାଷ୍ଟ୍ରକଚର ପାଇଁ ୧୨.୨ ଲକ୍ଷ କୋଟିର ବଜେଟ୍ ଆଗତ କରିଛନ୍ତି । ଏଥିରେ ଦେଶର ଇଣ୍ଟରନେଟ୍ ଯୋଗାଯୋଗ ଓ ଡିଜିଟାଲ ନେଟୱର୍କ ଆହୁରି ମଜବୁତ ହେବ ।
ଦକ୍ଷତା ବିକାଶ ପାଇଁ ଯୁବ ପିଢିଙ୍କୁ ନୂଆ ପ୍ରଯୁକ୍ତିବିଦ୍ୟା ଶିଖାଇବା ଏବଂ ଭବିଷ୍ୟତର କାମ ପାଇଁ ପ୍ରସ୍ତୁତ କରାଯିବ । କ୍ରୀଡା ଉପକରଣ ଓ ଅନ୍ୟ ସାତ କ୍ଷେତ୍ରରେ ସାମାନ ପ୍ରସ୍ତୁତ ପାଇଁ ପ୍ରୋତ୍ସାହନ ଦିଆଯିବ । ଏଥିରେ କ୍ରିଏଟର୍ସଙ୍କ ପାଇଁ ଜରୁରୀ ଉପକରଣ ଶସ୍ତା ଓ ସହଜରେ ମିଳିବ । ୧୫ ହଜାର ସ୍କୁଲ ଓ ୫୦୦ କଲେଜରେ ଗେମିଂ ଓ ଏନିମେଶନ ଶିଖାଇବା ପାଇଁ ଖାସ ଲ୍ୟାବ୍ ପ୍ରସ୍ତୁତ କରାଯିବ । ଗେମିଂ ଷ୍ଟାର୍ଟଅପ୍ସ ଓ ଛୋଟ କମ୍ପାନିଗୁଡିକୁ ସହାୟତା ପାଇଁ ୧୦ ହଜାର କୋଟିର ବ୍ୟୟବରାଦ କରାଯାଇଛି ।
Also read: ଶସ୍ତା ହେବ କର୍କଟ ଏବଂ ମଧୁମେହ ଔଷଧ, ବାୟୋଫାର୍ମା କ୍ଷେତ୍ରକୁ ୧୦ ହଜାର କୋଟି ଟଙ୍କା