ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆର୍ଥିକ ବର୍ଷ ୨୦୨୬-୨୭ ପାଇଁ ସାଧାରଣ ବଜେଟ୍ ଉପସ୍ଥାପନ କରିଛନ୍ତି । ବଜେଟରେ ଏଫ ଆଣ୍ଡ ଓ ଆଧାରରେ ଏସଟିଟିକୁ ବଢାଇ ଦିଆଯାଇଛି. ଗତ ବଜେଟରେ ଏହି ସେକ୍ଟରକୁ ପ୍ରୋତ୍ସାହନ ମିଳିଥିଲା । ଏଥର ବିକଳ୍ପ ଭାବେ ଏସଟିଟିକୁ ୦.୧ ପ୍ରତିଶତରୁ ବଢାଯାଇ ୦.୧୫ ପ୍ରତିଶତ କରାଯାଇଛି । ଏହି ଘୋଷଣା ପରେ ସେୟାର ବଜାର ତଳକୁ ଖସି ଯାଇଛି ।
ଏହି ସମୟରେ ସେନସେକ୍ସ ୨୦୦୦ ଅଙ୍କ ଖସିଛି । ନିଫଟି ୭୦୦ ଅଙ୍କ ହ୍ରାସ ଘଟିଛି । କ୍ୟାପିଟାଲ ସେକ୍ଟରରେ ସେୟାରରେ ବହୁତ ହ୍ରାସ ଦେଖିବାକୁ ମିଳିଛି । ତେବେ ଅପରାହ୍ଣ ୧ଟାରେ ସେନସେକ୍ସ ୬୦୦ ପଏଣ୍ଟ ହ୍ରାସ ପାଇ ୮୧ ହଜାର ୭୦୦ରେ ଟ୍ରେଣ୍ଡ କରୁଥିଲା । ନିଫଟି ୨୨୦ ହ୍ରାସ ସହ ୨୫ ହଜାର ୧୦୦ ପଏଣ୍ଟରେ ଟ୍ରେଣ୍ଡ କରୁଥିଲା । ଏଥିରେ ବେଦାନ୍ତ, ହିନ୍ଦୁସ୍ଥାନ ଜିଙ୍କ ଓ ହିନ୍ଦୁସ୍ଥାନ କପରରେ ବହୁତ ହ୍ରାସ ଦେଖିବାକୁ ମିଳିଛି ।
ବିଏସଇ ଟପ୍ ୩୦ ସେୟାର ମଧ୍ୟରୁ କେବଳ ୩ ସେୟାର ଉପରମୁହାଁ ରହିଛି । ୨୭ ସେୟାର ଲାଲ ସଙ୍କେତରେ କାରବାର କରୁଛି । ସନଫାର୍ମା, ଟିସିଏସ ଓ କୋଟକ ମହିନ୍ଦ୍ରାକୁ ଛାଡି ବାକି ସବୁ ସେୟାର ପ୍ରାୟ ୮ ପ୍ରତିଶତ ତଳକୁ ଖସିଛି । ଅଟୋ, ଫାର୍ମା ଓ ଏଫଏମସିଜି, ବ୍ୟାଙ୍କ ସେକ୍ଟର ସମେତ ସମସ୍ତ ସେକ୍ଟର ନିମ୍ନମୁଖୀ ହୋଇଛି । ପିଏସୟୁ ବ୍ୟାଙ୍କ ପରି ସେକ୍ଟର ମଧ୍ୟ ଚାପରେ ରହିଛି ।
୮ ଲକ୍ଷ କୋଟିର କ୍ଷତି
ବିଏସଇ ମାର୍କେଟ କ୍ୟାପିଟାଲାଇଜେସନରେ ବଡ ହ୍ରାସ ଘଟିଛି । ନିବେଶକଙ୍କ ୮ ଲକ୍ଷ କୋଟି ଟଙ୍କା ଡୁବିଛି । ଗତକାଲି ବିଏସଇ ମାର୍କେଟ୍ କ୍ୟାପ ୪୬୦ ଲକ୍ଷ କୋଟି ଥିଲା, ତାହା ଆଜି ୮ ଲକ୍ଷ କୋଟି ଟଙ୍କା ହ୍ରାସ ପାଇ ୫୨ ଲକ୍ଷ କୋଟି ଟଙ୍କାକୁ ଆସିଛି ।
Also read: Budget 2026: କରଦାତାଙ୍କ ପାଇଁ ବଡ ଖୁସିର ଖବର, ଇନକମ ଟ୍ୟାକ୍ସରେ ବଡ ଆଶ୍ୱସ୍ତି ଦେଲେ ଅର୍ଥମନ୍ତ୍ରୀ